pakka

୯ମ ଗୋଲଡେନ ଷ୍ଟାର କ୍ରିକେଟ ସେମିଫାଇନାଲ୍‌ରେ ପାଇକମାଲ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଖଇରପାଲିଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ୍‌ର ଆଜିର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ ପାଇକମାଲ ଓ ଝାରବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାଇକମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୫ ରନ୍ କରିଥିଲେ ଯାହାର ଯବାବରେ ଝାରବନ୍ଧ ଦଳ ୬୯ ରନ କରି ୩୬ ଧନରେ ପରାଜିତ ହୋଇଥିଲେ । ଦ୍ବିତୀୟ ମ୍ୟାଚ ସମ୍ବଲପୁର ଓ ଭୁକ୍ତା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୬ ରନ କରିଥିଲେ ଯାହାର ଯବାବରେ ଭୁକ୍ତା ଦଳ ୨ ଓ୍ବିକେଟ ହରାଇ ୧୦୭ ରନ ସଂଗ୍ରହ କରି ୮ ଓ୍ବିକେଟରେ ବିଜୟୀ ହୋଇଥିଲେ । କ୍ବାଟର ଫାଇନାଲ ମ୍ୟାଚ ପାଇକମାଲ ଦଳ ଓ ଭୁକ୍ତା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଇକମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ଓ୍ବିକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲେ ଯାହାର ଯବାବରେ ଭୁକ୍ତା ଦଳ ୫ ଓ୍ବିକେଟ ହରାଇ ୯୫ ରନ ସଂଗ୍ରହ କରି ୨୯ ରନରେ ପରାଜିତ ହୋଇଥିଲେ । ସାମ୍ବାଦିକ ସଞ୍ଜିବ କୁମାର ମେହେର ଏବଂ ଶାନ୍ତି ଚିତ୍ରଶିଳ୍ପୀ ଅର୍ଜୁନ ଗିଙ୍ଗିରା ଅତିଥି ଭାବେ ଯୋଗଦେଇ ପାଇକମାଳ ଦଳର ଦେବଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମିଟୁ, ସୁନୀଲ, ଆନନ୍ଦ, ଧାରା ବିବରଣୀ କରିଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ, ହନୁ ଖେଳ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ ପ୍ରମୁଖ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

ten − nine =