pr

ତହଁକ ପକ୍ଷରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନବୀନ କୁଅଁରଙ୍କୁ ସମ୍ବର୍ଦ୍ଧନା

dr. purohit

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସଂଗୀତ ଭିତରେ ଜୀବନର ଭାବ ସମ୍ମିଳିତ । ସେହି ଭାବ ଯେତେବେଳେ ମଣିଷର ଅନ୍ତସ୍ଥଳରେ ପ୍ରବେଶ କରେ, ତାର ସ୍ୱର ଶ୍ରୋତାଙ୍କୁ ଅଭିଭୂତ କରେ । ପଶ୍ଚିମ ଓଡିଶାର ଲୋକ ସଂଗୀତ ଭାବ ଗର୍ଭକ । ସେଥିପାଇଁ ବିଶ୍ୱ ଦରବାରରେ ଏହାର ଆଦୃତି ବଢିଚାଲିଛି । ଏହି ଶ୍ରେଷ୍ଟତ୍ଵକୁ ଆମର ପରବର୍ତ୍ତୀ ପିଢିକୁ ହସ୍ତାନ୍ତର କରିବାକୁ ପଡିବ । ସେହି ଦାୟିତ୍ୱ ଆମର ବୋଲି ତହଁକ କୁଟୁମ୍ ତରଫରୁ ସ୍ଥାନୀୟ ଅମଲା ଭବନ ଠାରେ ଆୟୋଜିତ ଲୋକ ସଂଗୀତ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ଲୋକ ସଂଗୀତ କଣ୍ଠଶିଳ୍ପୀ ନବୀନ କିଶୋର କୁଅଁର ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ କହିଛନ୍ତି । ଗୀତିକାର କପିଳେଶ୍ଵର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ଗୀତିକାର ଚଳଚ୍ଚିତ୍ର ଅଭିନେତା ବ୍ରହ୍ମାନନ୍ଦ ବନଛୋର, ଗୀତିକାର ହୃଷୀକେଶ ପୁରୋହିତ, କଳାକାର କପିଳେଶ୍ଵର ଖମାରୀ, ଚଳଚ୍ଚିତ୍ର ପ୍ରଯୋଜକ ବିନୋଦ କାଲସାଏ ପ୍ରମୁଖ ମଂଚାସୀନ ହୋଇ କଣ୍ଠଶିଳ୍ପୀ ନବୀନ କିଶୋର କୁଅଁରଙ୍କୁ ଏହି ସମ୍ମାନ ପ୍ରାପ୍ତି ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର,ସନ୍ଦୀପ କୁମାର କୁଅଁର, କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, କାନ୍ତିଲାଲ ମୁଗ୍ରୀ, ସାମ୍ବାଦିକା ଶ୍ୱେତା ପଣ୍ଡା, ମଳୟ ଆନନ୍ଦ କୁମାର ତ୍ରିପାଠୀ, ସବିତା ମହରା, ନେପାଲ ବାଗ କଣ୍ଠଶିଳ୍ପୀ ନବୀନ କିଶୋର କୁଅଁରଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ସଂପାଦକ ରାଜେଶ ଦଣ୍ଡସେନା ସ୍ଵାଗତ ଭାଷଣ ଦେଇଥିବା ବେଳେ, କବି ଅର୍ଜୁନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭାସିନୀ ଭୋଇ, ରୁକ୍ମଣ ବିଶ୍ୱାଲ, କବିତା ମିଶ୍ର, ତପସ୍ୱିନୀ ପସାୟତ୍, ରତ୍ନମୟ ତ୍ରିପାଠୀ, ପଦ୍ମନାଭ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.