csstore

ଗାଁକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦାରଖ କଲେ ବିଡ଼ିଓ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ ନିଜ ଅଧିକାରୀ ଅଭୟ ପ୍ରଧାନ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଗ୍ରାମୀଣ ଗୃହ ବିଭାଗ ଏବଂ ଗ୍ରାମ ରୋଜଗାର ସେବକ ରିନା ପାଣ୍ଡେଙ୍କୁ ନେଇ ଆଜି କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଘର ଘର ବୁଲି ତଦାରଖ କରିଥିଲେ । ଯେଉଁ ହିତାଧିକାରୀମାନେ ଘର ପାଇଁ କାମ ଆରମ୍ଭ କରୁନାହାନ୍ତି ତାଙ୍କୁ ତାଗିଦ କରିବା ସହ ଯେଉଁମାନେ ଅଧା ପନ୍ତରିଆ କାମ କରିଛନ୍ତି ଖୁବ୍ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଁରେ ବୁଲୁଥିବା ସମୟରେ ହଠାତ୍‌ ଏକ ଭଙ୍ଗା ଦଦରା ଘରେ ନଜର ପଡ଼ିଥିଲା ତେବେ ମାନବିକତା ଦୃଷ୍ଟିରୁ ବିଡ଼ିଓ ମହାଶୟ ଯେଉଁ ବ୍ୟକ୍ତିମାନେ ଆବାସ ଯୋଜନା ପାଇ ନାହାନ୍ତି ଓ ସେମାନେ ଭଙ୍ଗା ଦଦରା ଘରେ ରହୁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହ ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି କାମ ପାଇଁ ଗ୍ରାମବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.