ଦୁର୍ନିତୀଗ୍ରସ୍ତ ଟେକ୍ନିସିଏନ ବିରୁଦ୍ଧରେ ତଦନ୍ତ କରାଯାଉ, ନହେଲେ ଅନଶନ

କଣ୍ଟାବାଞ୍ଜି, (ଦେବାଶିଷ ମିଶ୍ର) : କଣ୍ଟାବାଞ୍ଜି ଡାକ୍ତରଖାନାର ରକ୍ତଭଣ୍ଡାରରେ କାମ କରିଥିବା ପୁର୍ବତନ ଟେକ୍ନିସିଏନ ତଥା ବର୍ତ୍ତମାନ ବଲାଙ୍ଗିର ଡାକ୍ତରଖାନାରେ କାର୍ୟ୍ୟରତ ନରେଶ ମିଶ୍ର ଦୁର୍ନିତୀଗ୍ରସ୍ତ ହୋଇଥିବା ବେଳେ ଅନେକ ଗରିବ, ଦିନ ମଜୁରିଆ, ଖଟିଖିଆଙ୍କ ବହୁ କଷ୍ଟ ଅର୍ଜିତ ପଇସା ହଡପ କରିଛନ୍ତି । ତେବେ ଏହା ଉପରେ ତଦନ୍ତ କରାଗଲେ ସମସ୍ତ ତଥ୍ୟ ଲୋକଲୋଚକୁ ଆସିବ ବୋଲି ଜଣେ ସମାଜସେବୀ ଯୁବକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଯୁବକଙ୍କ ନାଁ ରୋହନ କୁମାର ମହତ ହୋଇଥିବା ବେଳେ ସେ ତୁରେକେଲା ବ୍ଲକ ଚଟୁଅନକା ଗା.ପ୍ର. ବେହେରନସିଲେଟ ଗ୍ରାମର ବୋଲି ଜଣାପଡିଛି । ତଙ୍କ ଦାବୀପତ୍ର ଅନୁସାରେ, ସରକାର ରକ୍ତ ଭଣ୍ଡାରରେ ୟୁଜର୍ସ ଫି ମାଫ କରିଛନ୍ତି । କିନ୍ତୁ ଶ୍ରୀ ମିଶ୍ର ୨୦୧୯ ଫେବୃଆରୀ ଠାରୁ ଜୁନ ୨୦୧୯ ମଧ୍ୟରେ ପ୍ରାୟ ସାତ ଶହ ଲୋକଙ୍କଠୁଁ ବେଆଇନ ଭାବେ ୟୁଜର୍ସ ଫି ଆଦାୟ କରିଛନ୍ତି । ଅନେକ ସମୟରେ ନକଲି ବିଲ ମାଧ୍ୟମରେ ଶ୍ରୀ ମିଶ୍ର ରକ୍ତଦାତାଙ୍କ ପାଇଁ ଆସୁଥିବା ରିଫ୍ରେସମେଣ୍ଟ ପଇସାକୁ ଆ‌ତ୍ମସାତ କରିଛନ୍ତି । ୨୦୧୯ ଜୁଲାଇ ମାସରେ ସେ କିଛି ରୋଗୀଙ୍କ ଠାରୁ ୟୁଜର୍ସ ଫି ନେଇଥିବା ବେଳେ ତତକାଳୀନ ମେଡିକାଲ ଅଫୀସରଙ୍କ ନିଦ୍ଦେର୍ଶ କ୍ରମେ ନେଇଥିବା ଟଙ୍କା ଫେରସ୍ତ କରିଥିଲେ । ବର୍ତ୍ତମାନ ମେଡିକାଲ ଅଫିସର ଶ୍ରୀ ମିଶ୍ରଙ୍କ ସବୁ କାର୍ୟ୍ୟକଳାପ ଜାଣିଥିବା ସତ୍ୱେ କୌଣସି କାର୍ୟ୍ୟାନୁଷ୍ଠାନ ନନେବାରୁ ଲୋକେ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏକ କମିଟି ଗଠନ କରି ଉପରୋକ୍ତ ଦାବୀଗୁଡିକ ଉପରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ରୋହନ । ତେବେ ଜିଲ୍ଲା ପ୍ରଶାସନ ଯଦି ଉପରୋକ୍ତ ଦାବୀ ଗୁଡିକ ନଶୁଣେ, ତେବେ ରୋହନ ଆସନ୍ତା ସମୟରେ ଅଫିସ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.