pakka

ବାଦିବାହାଲ ପଂଚାୟତରେ ମନରେଗା ଦୁର୍ନୀତିର ତଦନ୍ତ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୧୭-୧୮ ବର୍ଷରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମ ପଞ୍ଚାୟତରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମନରେଗା ଯୋଜନାରେ ମାଟି କାମ କରିଥିବା ଦର୍ଶାଇ କେତେକ ନାବାଳକ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଜମାଖାତାରେ ଟଙ୍କା ଜମା ହୋଇଥିଲା । ଏଥିସହିତ ଏହି ଯୋଜନାରେ ଶ୍ରମିକଙ୍କ ପ୍ରାପ୍ୟ ବାବଦ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଶାଲପାଲି ଗ୍ରାମର ଜୟବିହାରୀ ବିଶ୍ୱାଳ ସୂଚନା ଅଧିକାର ଆଇନ ବଳରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସମେତ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ତଦନ୍ତକାରୀ ଡ଼ିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ ଅଧିକ ତଦନ୍ତ ସକାଶେ ବାଦିବାହାଲ ପହଞ୍ଚିଥିଲେ । ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ସେ ପ୍ରାୟ ଦେଢ଼ଘଣ୍ଟା ଧରି ଅଭିଯୋଗକାରୀ ଶ୍ରୀ ବିଶ୍ୱାଳଙ୍କ ସମେତ ମନରେଗା କାମ କରିଥିବା ବ୍ୟକ୍ତି ଓ ତତ୍କାଳୀନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ମନରେଗା ପ୍ରାପ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କ ଜମାଖାତାରେ ପଡିଥିବା ନେଇ ସମ୍ପୃକ୍ତ ଛାତ୍ରଛାତ୍ରୀ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ ହେଁ ମାଟି କାମ କରିଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ନାବାଳକ ସ୍କୁଲ ପିଲାଙ୍କ ଏକାଉଣ୍ଟକୁ ମନରେଗା ପ୍ରାପ୍ୟ ଗଲା, ସେହି ଟଙ୍କା ଉଠାଇଲା କିଏ ତାହା ତଦନ୍ତ ସାପେକ୍ଷ । ତଦନ୍ତ ସମୟରେ ପଂଚାୟତର ତତ୍କାଳୀନ ତଥା ବର୍ତ୍ତମାନର ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା, ପୂର୍ବତନ ସରପଞ୍ଚଙ୍କ ସମେତ ଜିଆରଏସ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

thirteen + 14 =