pakka

ବିମାନ ଯୋଗେ ସିଙ୍ଗାପୁର ଯିବେ ଗଞ୍ଜାମ ମିଶନ ଶକ୍ତିର ୪ଜଣ ଦକ୍ଷ ମହିଳା

bbehera
  • ସେମାନଙ୍କ ଯାତ୍ରାର ଶୁଭକାମନା କଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ଜୁନ ୩ ତାରିଖ ଦିନ ବିମାନ ଯୋଗେ ଓଡିଶାରୁ ସିଙ୍ଗାପୁରକୁ ୪ଜଣ ମିଶନ ଶକ୍ତିର ମହିଳା ଯାତ୍ରା କରିବେ । ମିଶନଶକ୍ତିର ୪ଜଣ ମିଶନ କୁଇନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ମିଶନ ଶକ୍ତି ତଥା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସମ୍ପାଦିକା ଶ୍ରୀମତୀ ଶୈଳବାଳା ରଥ ଏବଂ ୩ଜଣ ଅଙ୍ଗନୱାଡି କର୍ମୀ ରଙ୍ଗେଇଲୁଣ୍ଡା ବ୍ଲକର ସୁନୀତା କୁମାରୀ ସାହୁ, ଶେରଗଡ ବ୍ଲକ୍‌ର କୁନି ସ୍ୱାଇଁ ଓ ପୁଷ୍ପାଞ୍ଜଳି ପ୍ରଧାନ । ଏହି ୪ଜଣ ମନୋନୀତ ମିଶନ କୁଇନ ସିଙ୍ଗାପୁରକୁ ବିମାନ ଯୋଗେ ଆସନ୍ତା ଜୁନ ୩ ତାରିଖ ଦିନ ଗସ୍ତ କରୁଥିବା ନେଇ ବୁଧବାର ସକାଳେ ଆନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ପ୍ରମୁଖ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ ସ୍ୱରୂପ ତାଙ୍କର ଯାତ୍ରା ପାଇଁ ଶୁଭ କାମନା କରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ମିଶନ ଶକ୍ତି ମହିଳାଙ୍କର ଉତ୍ପାଦିତ ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି କରାଯାଇପାରିବ ଗଞ୍ଜାମର ମିଲେଟ ମିଶନ ଏବଂ ଅନ୍ୟ କିସମର ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଜିନିଷ କିପରି ଆନ୍ତର୍ଜାତିକ ବଜାର ସିଙ୍ଗାପୁରରେ ବିଶେଷ ଆଦୃତ ହେବ ଏବଂ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି ପ୍ୟାକିଂ କରି ଆନ୍ତର୍ଜାତୀୟ ବଜାରକୁ ଛଡାଯାଉଛି, ସେ ସମ୍ପର୍କରେ ଦେଖି ଅଧିକା ଜ୍ଞାନ ହାସଲ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି । ଏକ୍ଷେତ୍ରରେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି ।

jay balangir
Leave A Reply

Your email address will not be published.

three + 19 =