pakka

ମାଣ୍ଡୋସିଲ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭାରତୀୟ ଜନତା ପାର୍ଟି ମାଣ୍ଡୋସିଲ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ ଓ ମନ କି ବାତ୍‌ର ସଂଯୋଜକ ସତ୍ୟ ବେହେରା ଉପସ୍ଥିତ ରହି ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ଜନ ସମ୍ପର୍କ ଅଭିଯାନ ଏବଂ ମଇ ୩୦ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା କରିଥିଲେ । ବୈଠକ ପୂର୍ବରୁ ଭାରତ୍ ମାତାର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସାମୂହିକ ଭାବେ ବନ୍ଦେ ମାତରମ୍ ଗୀତ ଗାନ କରାଯାଇଥିଲା । ବୈଠକକୁ ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ତଥା ଜିଲ୍ଲା ପ୍ରତିନିଧି ଲଲିତ ଜଗତ ସଭା ପରିଚାଳନା କରିଥିଲେ । ବୈଠକରେ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ସାଧାରଣ ସମ୍ପାଦକ ନରୋତ୍ତମ ଦାସ, ଜିଲ୍ଲା ପରିଷଦ ପ୍ରତିନିଧି ମଙ୍ଗନ ବରିହା, ସମସ୍ତ ବୁଥ୍ ପ୍ରମୁଖ ସହ ପ୍ରମୁଖ ଓ ପ୍ରତ୍ୟେକ ମୋର୍ଚ୍ଚାର ସଭାପତି ଉପସ୍ଥିତ ଥିଲେ । ଶେଷରେ ସାଧାରଣ ସମ୍ପାଦକ ଲବାନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

8 − four =