csstore

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ : ସମ୍ମାନର ସହିତ ଶବ ସତ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ । ବଲାଙ୍ଗିର ଭୀମଭୋଇ ମେଡିକାଲରେ ପଡି ରହିଥିବା ଜଣେ ଅସହାୟ ଅଜଣା ରୋଗୀଙ୍କ ଶବ ପାଖକୁ କେହି ନ ଆସିବାରୁ, ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ଶାନ୍ତିପଡ଼ା ଟାଇଗର ୟୁଥ୍ କ୍ଲବ୍ ଶବ ଦାହ ପାଇଁ କାଠ ଯୋଗାଇ ଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଶତପଥୀ, ଅଜୟ କୁମାର ନାଗ, ପାର୍ଥ କର୍ଣ୍ଣ, ଏବଂ ଟୁନା ବର୍ଷାକୁ ଖାତିର ନକରି ସ୍ଥାନୀୟ ବିଭୁତିପଡ଼ା ସ୍ଥିତ ଶ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ । ସଙ୍ଗଠନର ଏଭଳି ମହତ୍ୱପୂର୍ଣ୍ଣ କାମକୁ ଅଂଚଳରେ ବେଶ୍‌ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.