jsm

ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଦୀପାବଳି ଅବସରରେ ବରଗଡ଼ ସ୍ଥିତ ଏସ୍‌ଆର ପ୍ରେସ କାର୍ଯ୍ୟାଳୟରେ ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଦିବ୍ୟକିଶୋର ଦେବତା ଯୋଗଦାନ କରି ସାଂପ୍ରତିକ ସମାଜ ପରିପ୍ରେକ୍ଷୀରେ ସାହିତ୍ୟର ଭୂମିକା ସମ୍ପର୍କରେ ବକ୍ତବ୍ୟ ଦେବା ସହ ସ୍ୱୟଂସିଦ୍ଧା ପତ୍ରିକା ଏ କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ । ଏ ସଭାରେ ମୁଖ୍ୟବକ୍ତା ଭାବରେ ଡକ୍ଟର ସୁଜିତ କୁମାର ପୄଷେଟ ଯୋଗଦାନ କରି ଗଙ୍ଗାଧର ମେହେରଙ୍କ “ଅନ୍ନ” କବିତାର ଶହେ ବର୍ଷ ପୂର୍ତ୍ତି ଓ ମନୋଜ ଦାସଙ୍କ ସାରସ୍ୱତ ଚେତନା ସଂସ୍କରଣ ଓତସ୍ୱିନୀ ବକ୍ତବ୍ୟ ରଖିଥିଲେ । ମନୋଜ ଦାସଙ୍କ ଉପନ୍ୟାସରେ ନାରୀ ଚରିତ୍ର ଉପରେ ସମ୍ପର୍କରେ ଆଲୋକପାତ କରିଥିଲେ । ପତ୍ରିକାର ସମ୍ପାଦକ ଡକ୍ଟର ଶୁଶିଲ କୁମାର ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଚିନ୍ମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏତଦ ବ୍ୟତୀତ ଏହି ସଭାରେ ରୋହିତ ଦାଶ, ସେଶନ ବିଶି, ପ୍ରଭାଶିନୀ ହୋତା, ସଞ୍ଜିବ କୁମାର ମହାପାତ୍ର, ଦିନେଶ ଅଗ୍ରୱାଲ, ବିଶ୍ୱନାଥ ସାହୁ, ପ୍ରମୋଦ ସାହୁ, ମନୋଜ କୁମାର ଦାସ, ପ୍ରଦେଶୀ ବାରିକ ପ୍ରମୁଖ ସାହିତ୍ୟିକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

yuvodaya
Leave A Reply

Your email address will not be published.