csstore

ସୋନପୁର ବ୍ଲକକୁ ରାଜ୍ୟସ୍ତରୀୟ ସ୍ଵାସ୍ଥ୍ୟ ଟିମର ପରିଦର୍ଶନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଚାଲିଥିବା ତ୍ରିମାସିକ ସମନ୍ଵିତ ସ୍ଵାସ୍ଥ୍ୟ ଅଭିଯାନର ମନିଟରିଙ୍ଗ ପାଇଁ ଏକ ରାଜ୍ୟସ୍ତରୀୟ ମନିଟରିଙ୍ଗ ଦଳ ସୋନପୁରରେ ପହଞ୍ଚିଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ସ୍ଵାସ୍ଥ୍ୟସେବା (ଟିବି) ଡାକ୍ତର ପ୍ରଶାନ୍ତ କୁମାର ଦାଶ ଏବଂ ରାଜ୍ୟ ଟ୍ରେନିଂ କୋର୍ଡିନେଟର ଏନ୍‌ଏଚ୍‌ଏମ୍‌ ସୌଭାଗ୍ୟ ଚନ୍ଦ୍ର ବେହେରାଙ୍କ ସମ୍ମିଳିତ ଏହି ଟିମ୍‌ ସୋନପୁର ବ୍ଲକ ଅନ୍ତର୍ଗତ ବଲଦାପାଲି ଏବଂ ରୁଗୁଡିପାଲି ଗ୍ରାମ ପରିଦର୍ଶନ କରି ସ୍ଵାସ୍ଥ୍ୟ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଥିଲେ ଏବଂ ଆଶା ତଥା ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି ରାଜ୍ୟସ୍ତରୀୟ ଟିମ୍ ସହିତ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଵ୍ୟକେନ୍ଦ୍ରର ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଜିଲ୍ଲା ଯକ୍ଷ୍ମା କାର୍ଯ୍ୟକ୍ରମ ସଂଯୋଜକ ସମୀର ସାହୁ, ଭିବିଡି କନସଲଟେଣ୍ଟ ଚନ୍ଦ୍ର ଶେଖର ମିଶ୍ର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର ଏବଂ ସୀମାଞ୍ଚଳ ଦାଶ ପ୍ରମୁଖ ଉପରୋକ୍ତ ଗ୍ରାମକୁ ଗସ୍ତ କରିଥିଲେ ।

jayashree
Leave A Reply

Your email address will not be published.