କନ୍ଧପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ହାଟପଦାପଡାଠାରେ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ହାଟପଦାପଡ଼ାର କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କାଉନସିଲର ଓ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ୱାସ୍ଥ୍ୟ ଶିବିରରେ ୨୦୦ରୁ ଅଧିକ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରର ନିରୀକ୍ଷଣ ଡିପିଏଚ୍‌ଓ ଡାକ୍ତର ଦିବ୍ୟ କିଶୋର ପତି କରିଥିଲେ । ଏପିଏମ୍‌ ରାମାନୁଜ ପଣ୍ଡା, ୟୁଡ଼ି ଏମ୍‌ ଅନିଲ ମହାକୁର, ହେଲ୍‌ଥ ସୁପରଭାଇଜର ଦେବେଶ ରାଉତ ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢି ଓ ଡାକ୍ତର ଶ୍ରେୟାସ ପାଣିଗ୍ରାହୀ (ମୁଖ ଓ ଦାନ୍ତ ରୋଗ ବିଶେଷଜ୍ଞ) ସମେତ ଷ୍ଟାଫ ନର୍ସ ରାଧାକାନ୍ତ ନାଏକ, ସନ୍ତୋଷିନି କରନ, ଫାର୍ମାସିଷ୍ଟ ମୁକେଶ ରଣା, ଲେବ୍‌ ଟେକନିସିଆନ ପ୍ରମୋଦ ଥନାପତି, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ଶ୍ୱର୍ଜିତ୍ ଶତପଥୀ ସହଯୋଗ କରିଥିଲେ । ଜାଗ୍ରତ ପାଣିଗ୍ରାହୀ ଉକ୍ତ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନା କାର୍ଯ୍ୟ ତୁଲାଇ ଥିଲେ ।

Leave A Reply

Your email address will not be published.

18 + thirteen =