jsm

ଆଗଲପୁର କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ମେଳାକୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଓ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଉଦ୍‌ଘାଟନ କରିଥିଲେ । ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଂକର କେରକେଟା ଓ ଶିଶୁ ବିକାସ ପ୍ରକଳ୍ପ ଅଧିକାରୀ ତଥା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗିତାରାଣୀ ଦାସ ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ । ଆଗଲପୁର ବ୍ଲକର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଲୋକମାନେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରି ୧୦ଟି ବିଭାଗର ଆସିଥିବା ଡାକ୍ତରମାନେ ଔଷଧ ଦେଇ ସ୍ବାସ୍ଥ୍ୟ ସମନ୍ଧିୟ ପରାମର୍ଶ ଦେଇ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ବହୁ ଏସ୍‌ଜି ଗ୍ରୁପର କର୍ମକର୍ତ୍ତାଗଣ ଉକ୍ତ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ଲୋକଙ୍କୁ ପିଇବା ପାଣିର ବ୍ୟବସ୍ଥା କରିଥିଲେ ।

yuvodaya
Leave A Reply

Your email address will not be published.