csstore

ସୌର ଶକ୍ତି ଦ୍ୱାରା ଜୀବନ ଜୀବିକାର ସୁଦୃଢୀକରଣ କର୍ମଶାଳା

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟ ଠାରେ ସେବାଜଗତ ,ସେଲକୋ ଫାଉଣ୍ଡେସନ, କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ପକ୍ଷରୁ ସୋମବାର ସୌର ଶକ୍ତି ଦ୍ୱାରା ଜୀବନ ଜୀବିକାର ସୁଦୃଢ଼ୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ସଭାପତି ତଥା କର୍ଲାମୁଣ୍ଡା (ଖ) ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଡ଼ିଓ ମଣ୍ଟୁ ଖମାରୀ, ସମ୍ମାନିତ ଅତିଥିଭାବେ କଳାହାଣ୍ଡି ଅଗ୍ରଣୀ ଅନୁଷ୍ଠାନ ସେବାଜଗତର ସମ୍ପାଦକ ସତ୍ୟ ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ମିଶନ ଶକ୍ତି ବିପିସି ବିପିନ ବାରିକ, ସାଇଟ ସେବର ଜିଲ୍ଲା ସଂଯୋଜକ ପ୍ରିୟ ବ୍ରତ ପାଢ଼ୀ, ସେଲକୋ ଫାଉଣ୍ଡେସନ ଅରୁଣ ରଞ୍ଜନ ମିଞ୍ଜ, ସ୍ୱାଗତିକା ନାଏକ, ଗୋବିନ୍ଦ ପ୍ରଧାନ, ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟିରୁ ପ୍ରଦୀପ କୁମାର ସାହୁ, ଜଗଦୀଶ ପ୍ରସାଦ ରଣା, ସେବାଜଗତ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ସୌର ଶକ୍ତିର ବ୍ୟବହାର ଉପରେ ଆଲୋଚନା କରିଥିଲେ । ଏଥିରେ ୮୦ ରୁ ଅଧିକ ବ୍ୟକ୍ତି ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଦିବ୍ୟଙ୍ଗ ମଞ୍ଚ କର୍ମକର୍ତ୍ତା, ମିଶନ ଶକ୍ତି ଫେଡରେଶନ ସଦସ୍ୟ, ସେବାଜଗତର କର୍ମଚାରୀମାନେ ଆୟୋଜନରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.