csstore

ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ପାଇଁ ସ୍ୱାମୀ କରିଥିଲେ ଆବେଦନ, ସ୍ୱାମୀଙ୍କ ମୃତ୍ୟୁ ପରେ ଆବେଦନ କଲେ ପୁଣି ସ୍ତ୍ରୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନରେ ଯାଏ ମିଠାପାଲି ଗ୍ରାମପଂଚାୟତ । ଏଠାରେ ଦୁର୍ଲଭ ସରାଫ ନିଜ ପରିବାରଙ୍କୁ ନେଇ ବସବାସ କରି ଆସୁଅଛନ୍ତି । ଦୁର୍ଲଭ ୨୦୧୮-୧୯ରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ବ୍ଲକର ସଦାଶିବ ନାଏକଙ୍କୁ ସରକାରୀ ସ୍କିମ ଅନୁସାରେ ପକ୍କା ଘରଟିଏ ପାଇଁ ଅନେକ ଆଶା ଓ ଆକାଂକ୍ଷା ନେଇ ଅନୁରୋଧ କରିଥିଲେ ହେଲେ । ତାଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଏ.ସି.ସି ଲିଷ୍ଟ ତର୍ଜମା ପରେ ଶ୍ରୀ ସରାଫକୁ ଘରଟିଏ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ତ୍ରୀ ଲୋହିତ ସରାଫକୁ ସବୁଦିନ ପାଇଁ ଛାଡି ମୃତ୍ୟୁବରଣ କଲେ ସ୍ୱାମୀ । ପରେ ସ୍ୱର୍ଗତ ଦୁର୍ଲଭ ସରାଫଙ୍କ ବିଧବା ସ୍ତ୍ରୀ ଲୋହିତ କାର୍ୟ୍ୟାଳୟକୁ ଆସି ପଚାରିବାରୁ ତୁମ ସ୍ୱାମୀଙ୍କ ନାମ ଏସିସି ଲିଷ୍ଟରୁ ଅନେକ ଦିନ ହେଲା ବାଦ ହେଇଯାଇଛି ବୋଲି କର୍ମଚାରୀମାନେ କହିବାରୁ ବର୍ତ୍ତମାନର ବିଡିଓ ସୁରେନ୍ଦ୍ର ମେହେରଙ୍କୁ ଲିଖିତ ଭାବେ ପୁଣି ଘର ଖଣ୍ଡିଏ ପାଇଁ ଲୋହିତ ସରାଫ ଲେଖି ଜଣାଇଛନ୍ତି । ପରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦଙ୍କୁ ମଧ୍ୟ ଭେଟି ଜଣାଇଥିଲେ । ତାଙ୍କୁ ସମ୍ମାନ ଜଣାଇ ବିଡିଓଙ୍କ ସଂଗେ କଥାବର୍ତା ହୋଇ ଅତିଶୀଘ୍ର ସରକାରୀ ନିୟମ ଅନୁସାରେ ଘର ଖଣ୍ଡିଏ ମିଳିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି ।

jayashree
Leave A Reply

Your email address will not be published.