pakka

ଲୋଇସିଂହା ମାନାଛକଠାରେ ନୂତନ ବର୍ଷକୁ ସ୍ୱାଗତ ସମାରୋହ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ନବବର୍ଷ-୨୦୨୨କୁ ସ୍ୱାଗତ କରିବା ପାଇଁ ଲୋଇସିଂହା ମାନାଛକଠାରେ ଶିଶୁମାନଙ୍କୁ ନେଇ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛୋଟ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ନଯୁ ଖାନ, ଶିବୁ ସାହୁ, ରଂଜନ ବେହେରା, ବିଘ୍ନରାଜ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆରିୟନ ରଣା, ରୋହିତ କର, ପ୍ରମୋଦିନୀ ରଣା, ସୁକାନ୍ତି ବଡ଼ପଣ୍ଡା, ସୁବ୍ରତ ରଣା, ମାନସ ପଧାନ, ସାଧନା ସମୀକ୍ଷା ରଣା, ଆୟୁଷ ପଧାନ, ସୀମା ପାଣ୍ଡେ ପ୍ରମୁଖ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ହୋଇଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଉତ୍କଳ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଗୌରୀଶଙ୍କର ବେଜ, ନେପାଳ ସା ପ୍ରମୁଖ ଯୋଗ ଦେଇ କୃତୀ ବିବେଚିତ ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ନରେନ୍ଦ୍ର ପରିଡା, ରଜତ ରଣା, ସମାରୁ ଝାଙ୍କର, ସୁଶୀଲ ପାଣ୍ଡେ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

twenty + nine =