pakka

ନିଷ୍ଠା ପରିବାର ମହିଳା ଶାଖାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନବବର୍ଷ-୨୦୨୨ ପାଳନ ଅବସରରେ ନିଷ୍ଠା ପରିବାର, ମହିଳା ଶାଖାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରକୁ ସମ୍ବାଦ ପାଠିିକା(ଏଆଇଆର୍‌) ଓ କବୀୟତ୍ରି ଶ୍ରୀମତୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଫିତା କାଟି ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପୂର୍ବତନ ପୌର ପରିଷଦ ଉପାଧ୍ୟକ୍ଷ କଳ୍ପନା ମାଝୀ ଯୋଗ ଦେଇଥିଲେ । ଶିବିରରେ ମୋଟ ୩୪ ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା । ନିଷ୍ଠା ପରିବାର ୨୦୧୦ରୁ ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରିଆସୁଅଛି । କିନ୍ତୁ ଆଜି ପ୍ରଥମ କରି ତା’ର ମହିଳା ଶାଖା ଦ୍ବାରା ଆୟୋଜିତ ଶିବିରରେ କେବଳ ମହିଳା ରକ୍ତଦାତାମାନେ(୩୪ଜଣ) ରକ୍ତଦାନ କରିଥିଲେ । ପରେ ସମସ୍ତ ରକ୍ତଦାତାମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ସମାଜରେ ଶାସନ ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଜି ଆଗରେ, ନିଷ୍ଠା ପରିବାରର ଏହି ପ୍ରୟାସ ନାରୀମାନଙ୍କୁ ସମାଜ ସେବା କ୍ଷେତ୍ରରେ ଆଗଭର ହେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରତିଭାବାନ ମହିଳା ଟୁଇଟର ଗାର୍ଲ୍ ଦୀପା ବାରିକ, ବରଗଡର ଜାତୀୟ ମହିଳା ଫୁଟବଲ ତାରକା (ଦୁଇ ଭଉଣୀ) “ବରଗଡ ଗୌରବ” ଅନୁପମା ଘିାବଲା ଓ ଅରୁଣା ଘିବେଲାଙ୍କୁ ସମ୍ମାନିତ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମକୁ ନିଷ୍ଠା ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଳା, ସଦସ୍ୟା ରୀନା ମହାରଣା, ପ୍ରାଚୀ କର, ରିତୁ ପିପଲାନି, ଗୀତା ମୋଟୱାନୀ, ବବିତା ବିଶ୍ଵାଳ, ଶ୍ବେତା ମହାନ୍ତି, ସୂତପା ଗଡତିିଆ, ମାନି ଭୋଇ, ମମତା ବାଗ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

5 × 1 =