ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଫର୍ମାସୀ ବିଭାଗର ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଫର୍ମାସୀ ବିଭାଗର ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ଉଦେ୍‌ଦ୍ଦଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମଟିରେ ପ୍ରଥମେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଦୀପ ପ୍ରଜ୍ୱଳନ କରିଥିଲେ । ସେ ପ୍ରଥମେ ସମସ୍ତଙ୍କୁ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ବି. ଫାର୍ମ ବିଭାଗର କୁମାରୀ ଷଷ୍ଠୀମୟୀ ସିଂହ ଗଡ଼ତ୍ୟାଙ୍କୁ ଏବଂ (ଡ଼ି. ଫାର୍ମ ) ବିଭାଗର କୁମାରୀ ପ୍ରତୀକ୍ଷା ପଣ୍ଡାଙ୍କୁ ଶ୍ରେଷ୍ଠ ଛାତ୍ରୀ ରୂପେ ଘୋଷଣା କରିଥିଲେ । ଫର୍ମାସୀ ବିଭାଗର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଜାତୀୟ ସ୍ତରରେ ଜାତୀୟ ବୈଜ୍ଞାନିକ ପୁରସ୍କାରର ୨୬ତମ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ । ତା’ପରେ ପ୍ରତ୍ୟେକ ବିଭାଗର କୃତି ଛାତ୍ରଛାତ୍ରୀଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା । କୃତି ଛାତ୍ରଛାତ୍ରୀଗୁଡିକ ହେଲେ ସୁଶ୍ରୀ ବନ୍ଦିତା ସାହୁ, (ବି. ଫାର୍ମ, ଶେଷ ବର୍ଷ ), ବ୍ୟୋମକେଶ ବିଶି (ବି. ଫାର୍ମ ତୃତୀୟ ବର୍ଷ), ସିପ୍ରା ଘଡ଼ାଇ (ବି. ଫାର୍ମ ଦ୍ଵିତୀୟ ବର୍ଷ), ଶ୍ରୀୟା ଦାସ (ଡ଼ି. ଫାର୍ମ ଦ୍ଵିତୀୟ ବର୍ଷ ) । ପୁରସ୍କାର ବିତରଣ ଉତ୍ସବଟି ବିଭାଗର ଅଧ୍ୟାପକ ବିଶ୍ୱଜିତ ଆଚାର୍ଯ୍ୟଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ବିଭାଗର ଅନ୍ୟ ଜଣେ ଅଧ୍ୟାପକ ସ୍ଵର୍ଣ୍ଣଜିତ ତ୍ରିପାଠୀଙ୍କ ଦ୍ୱାରା ତ୍ୱରାନ୍ୱିତ ହୋଇଥିଲା । ଉତ୍ସବର ଅନ୍ୟାନ୍ୟ ଅତିଥି ମାନେ ଏଥିରେ ଯୋଗ ଦେଇଥିଲେ । ଫାର୍ମାସି ବିଭାଗର ଉପାଧ୍ୟକ୍ଷ ଡ଼. ସନ୍ତୋଷ କୁମାର ରଂଜିତ, ସ୍କୁଲ ଅଫ ଆପଲାଏଡ଼ ସାଇନ୍ସର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ସିଏଚ୍‌ଏସ୍‌ଇ ବିଭାଗର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ, ସେଇ ବିଭାଗର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଉପସ୍ଥିତ ରହି ସ୍ୱାଗତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକୁ ବିଭାଗର ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ, ନୃତ୍ୟ ଏବଂ ଷ୍ଟାଣ୍ଡଅପ୍‌ କମେଡି ମଧ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷରେ ଫର୍ମାସୀ ବିଭାଗର ଅଧ୍ୟାପକ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଗୀତ ରଙ୍ଗବତୀ ମାଧ୍ୟମରେ ସ୍ୱାଗତ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆଞ୍ଚଳିକ ନିର୍ଦେଶକ ବିଭାଗର ପ୍ରଥମ ବର୍ଷର ଛାତ୍ର ଆଶିଷ ଭୋଇ ଓ ମଧୁମିତା ପାଢ଼ୀଙ୍କୁ ମିଷ୍ଟର ଫ୍ରେଶର ଓ ମିସ ଫ୍ରେଶର ଭାବରେ ସମ୍ମାନିତ କରିଥିଲେ । ପରିଶେଷରେ ବିଭାଗର ଶେଷ ବର୍ଷର ଛାତ୍ର ଅଂଶୁମାନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟି ଅତ୍ୟନ୍ତ ଖୁସି ଓ ଆନନ୍ଦ ପ୍ରଦାୟକ ଥିଲା । କାର୍ଯ୍ୟକ୍ରମଟିରେ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଯେପରି ଦୁର୍ଗା ପ୍ରସାଦ ମିଶ୍ର, ଦୀନେଶ କୁମାର ଶର୍ମା, ବିଜୟ କୁମାର ମେହେର, ଚୈତ୍ରନ୍ୟ ପ୍ରସାଦ ମେହେର, କୁମାରୀ ମୋନାଲିସା ପୁରୋହିତ, ଆଶିଷ କୁମାର ମେହେର, ସୁକୁମାର ପୁରୋହିତ, ଜ୍ୟୋତି ପ୍ରକାଶ ଗୁରୁ, ଶୁଭେନ୍ଦୁ ଶେଖର ହୋତା, ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ବିଭାଗର ଅଧ୍ୟାପକ ବିଶ୍ୱଜିତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରି ପରିସମାପ୍ତି ଘୋଷଣା କରିଥିଲେ । ବାସ୍ତବରେ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମଟି ସମସ୍ତଙ୍କ ପାଇଁ ଅନୁକରଣୀୟ ହୋଇପାରିଥିଲା ।

Leave A Reply

Your email address will not be published.

10 − five =

error: Content is protected !!