csstore

ଦେଓଗାଁରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସ୍ୱାଗତ

ଦେଓଗାଁ, (ମନୀଷ କୁମାର ସାହୁ) : ଏଫ୍‌ଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ଵକପ୍‌ ଟ୍ରଫିକୁ ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ସୋମବାର ଅପରାହ୍ନ ୪ଟା ସମୟରେ ଜାତୀୟ ରାଜପଥ ୨୬ ଦେଓଗାଁ ଏଟିଏମ ଛକଠାରେ ବ୍ଲକ ପ୍ରଶାସନ ପକ୍ଷରୁ ବିଶ୍ଵକପ୍‌ ଟ୍ରଫିକୁ ସାଂସ୍କୃତିକ ଦଳ, କଲେଜ, ହାଇସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଲୋକଙ୍କୁ ନେଇ ଶୋଭାଯାତ୍ରା କରାଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର, ଉପାଧକ୍ଷା ସୂର୍ଯ୍ୟ କାନ୍ତି ଛତ୍ରୀଆ, ତହସିଲଦାର ଯୁଗଲ କିଶୋର ବିଶ୍ୱାଳ, ବିଡ଼ିଓ ସୁରେନ୍ଦ୍ର ମେହେର, ଆଇଆଇସି ତାରାବତୀ ପଧାନ, ସରପଞ୍ଚ, ସମିତି ସଭ୍ୟଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ବିଶ୍ଵକପ୍‌ ଟ୍ରଫିକୁ ସ୍ଵାଗତ କରିଥିଲେ । ରଥକୁ ଏଟିଏମ ଛକରୁ ଦେଓଗାଁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ସ୍ୱାଗତ ଜଣାଇବା ନିମନ୍ତେ ଜନସାଧାରଣ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.