ଅହିଂସା ରଥକୁ ଜିଲ୍ଲାରେ ସ୍ୱାଗତ କରାଯିବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ରଥ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଗ୍ରାମ ଆଦି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରେ ରଥକୁ ଜିଲ୍ଲାର ଦ୍ୱାର ଗୋଡଭଗାଠାରେ ଜିଲ୍ଲା ପ୍ରଶାସନ ଏବଂ ଜନ ସାଧାରଣଙ୍କ ସ୍ୱାଗତ କରାଯିବା । ପରେ ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା, ପରମାଣପୁର, ପାହାଡଶ୍ରୀଡା, ବରଗଡ଼ ସଦର ମହକୁମା ସହ ଅଡଗା, ଖଣ୍ଡଅଥା, ଭେଡେନ ବ୍ଲକର ରେମେଣ୍ଡା, ପପଙ୍ଗା, ଭେଡେନ, ଭଟଲି ବ୍ଲକ ଅନ୍ତର୍ଗତ କମଗାଁ, ଭଟଲି, ଅମ୍ବାଭୋନା ବ୍ଲକର କେଦାରନାଥ ଅମ୍ବାଭୋନା, ବରପାଲି, ବିଜେପୁର ବ୍ଲକର ସମଲେଇ ପଦର, ବିଜେପୁର, ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି, କୁଣ୍ଡା ଖାଇ, ଚାଣ୍ଟିପାଲି, ଗାଇସିଲେଟ, ଗନିଆପାଲି, ପଦ୍ମପୁର, ଭେଉରିଆ, ଝାରବନ୍ଧ, ସୋହେଲା ବ୍ଲକ୍ ଅନ୍ତର୍ଗତ ପାଣିମୋରା, ସୋହେଲା, ପାଇକମାଲ ଓ ନୃସିଂହନାଥ ଆଦି ଅଞ୍ଚଳରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥ ପରିକ୍ରମା କରିବା ଅଞ୍ଚଳରେ ସମସ୍ତ ଜନସାଧାରଣ, ଜନ ପ୍ରତିନିଧି, ଶିକ୍ଷାନୁଷ୍ଠାନ, ଶହୀଦ ପରିବାରର ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ରଥକୁ ସ୍ୱାଗତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.

14 + 9 =

error: Content is protected !!