csstore

ବଲାଙ୍ଗିର ସଦର ଥାନା ପକ୍ଷରୁ ବେଆଇନ୍‌ ମଦ ବେପାରୀଙ୍କ ଉପରେ ମାରାଥନ୍‌ ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୫ ଦିନ ମଧ୍ୟରେ ବଲାଙ୍ଗିର ସଦର ଥାନା ଅଧୀନରେ ଥିବା କାମାକ୍ଷୀନଗର, ପଥରଚେପା, ବରପିଟା, ମାଧିଆପଓଲି, ବରପଦର, ବାଦିଘୋର, ଚନ୍ଦନଭାଟି, ଢ଼ୁଲୁସର, କୁସମେଲ, କୁସଙ୍ଗ, ସଲେପାଲି, ବରକାନୀ, ଚୂଡ ।ପାଲି ଅଞ୍ଚଳରେ ସଦର ଥାନା ପୁଲିସ ବେଆଇନ ଭାବରେ ମଦ ବିକ୍ରି କରୁଥିବା ଢାବା ଓ ବ୍ୟକ୍ତି ମାନଙ୍କ ଉପରେ ଚଢାଉ କରି ୧୭ ଗୋଟି ବେଆଇନ ମଦ ବେପାରୀଙ୍କୁ ଧରି ସେମାନଙ୍କ ନାମରେ ଦଫା ୫୨ (କ) ଓଡିଶା ଏକ୍ସାଇଜ ଆକ୍ଟରେ କେସ ରୁଜୁ କରି ସେମାନଙ୍କ ବିରୁଧରେ ଆଇନ ଗତ କର୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନାରେ କୁହାଯାଇଛି । ତେବେ ଗିରଫ୍‌ ବେଆଇନ ମଦ ବେପାରୀଙ୍କୁ ଠାରୁ ସର୍ବମୋଟ ୧୦୫ ଲିଟର ଦେଶୀ ମହୁଲି ମଦ ଓ ୪୦ ଲିଟର ବିଦେଶୀ ମଦ ଜବତ କରିଛି । ଏହି ଚଢାଉ ଆଗାମୀ ଦିନରେ ଉପରୋକ୍ତ ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ଚଢାଉ ଜାରି ରହିବ ବୋଲି ସଦର ଥାନା ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.