ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପାଇଁ ଗୋଲଡେନ ଆୱାର ମହତ୍ୱପୂର୍ଣ୍ଣ : ରକ୍ଷକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ରକ୍ଷକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ରାସ୍ତା କଡରେ ଥିବା ବିଭିନ୍ନ ଦୋକାନୀ, ରାସ୍ତା ବ୍ୟବହାରକାରୀ ତଥା ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଆରଟିଓ ଦାସ ପ୍ରଭାସ କୁମାରଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ତହସିଲଦାର ଅମୃତଲାଲ ବେହେରା, ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର, ବଲାଙ୍ଗିର ଟ୍ରାଫିକ ଇନସପେକ୍ଟର ଯଶୋବନ୍ତ ଚିନାରା, ଏମ୍‌ଭିଆଇ କାହ୍ନୁଚରଣ ବାନାରା ପ୍ରମୁଖ ମଂଚାସୀନ ଥିଲେ । ବିଭିନ୍ନ ସମୟରେ ତଥା ବିଭିନ୍ନ ସ୍ଥାନରେ ସେ ଯାନ୍ତ୍ରିକ ତୃଟି ହେଉ କି ମାନବକୃତ ପ୍ରତିଦିନ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି । ଧନ ଜୀବନ ହାନୀ ଘଟିବା ସହିତ ଅନେକ ପରିବାର ସର୍ବହରା ହୋଇ ପଡୁଛନ୍ତି । ତେଣୁ ଦୁର୍ଘଟଣା ସମୟରେ ମାନବିକତା ଗୁଣ ନେଇ ପ୍ରତ୍ୟେକ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର ପ୍ରାଥମିକ ସହାୟକ ଭାବରେ କାର୍ଯ୍ୟ କରି ଡାକ୍ତରଖାନାକୁ ପହଞ୍ଚାଇବା ଜଣେ ରକ୍ଷକର କାର୍ଯ୍ୟ ଅଟେ । ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ଆହତ ବ୍ୟକ୍ତି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ସଠିକ୍‌ ଚିକିତ୍ସା କରାଗଲେ ବ୍ୟକ୍ତିର ଜୀବନ ବଞ୍ଚାଯାଇ ପାରିବ । ତେଣୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପାଇଁ ଗୋଲଡେନ ଆୱାର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ରକ୍ଷକ ତାଲିମଦାତା ମଦନ ମୋହନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ.ଦୈତାରି ପୂଝାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଠାରୁ ରାମ ନାରାୟଣ ଦାଶଙ୍କୁ ଗୁଡ୍‌ ସମରିଟାନ ଭାବରେ ପ୍ରମାଣପତ୍ର ସହିତ ୨ହଜାର ଅର୍ଥ ରାଶିି ଚେକ୍‌ ମାଧ୍ୟମରେ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତାଲିମଦାତା ଭାବରେ ବିରଞ୍ଚି ନାରାୟଣ ଦାଶ, ରଶ୍ମିରାଣୀ ଦାଶ, ଦୁର୍ଯ୍ୟୋଧନ ପଶାୟତ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦ କାର୍ଯ୍ୟ ତୁଳାଇଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପରିବହନ କାର୍ଯ୍ୟାଳୟର ଜେଆରଏ ଶ୍ରୀକାନ୍ତ ନାଏକ କରିଥିବା ବେଳେ ସେକ୍ସନ ଅଫିସର କୁତାର୍ଥ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ । ପରିବହନ କାର୍ଯ୍ୟାଳୟର ଦିପକ ନାଏକ, ଉମେଶ ବାଗ, ଯୋଗିନ୍ଦ୍ର ମନହିରା, ସୁମନ୍ତ ମଲ୍ଲିକ ପ୍ରମୁଖ ତଥା ମହାବିଦ୍ୟାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

16 − twelve =

error: Content is protected !!