pr

କୁତମୁଣ୍ଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

dr. purohit

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ସୁବର୍ଣ୍ଣରେଖା ନଦୀ କୂଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପାନୀୟଜଳ ଯୋଗାଣ କରୁଥିବା କୂଅ ପାଖରେ ଲୋକେ ଫିଙ୍ଗିଥିବା ଅଳିଆ ଆବର୍ଜନା ଜମା ହେଉଥିବାରୁ ବର୍ଷା ପାଣି ଓ ନଦୀର ପାଣି ସହିତ ମିଶି ପାନୀୟ ଜଳ ଦୂଷିତ ହେଉଥିଲା । ତେଣୁ ସ୍ୱେଚ୍ଛାସେବୀ ସଂଗଠନ କୁତମୁଣ୍ଡାର ସମ୍ପାଦକ ଭେଲାରାମ କୁମ୍ଭାରଙ୍କ ଆହ୍ୱାନରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେର, ପ୍ରହଲ୍ଲାଦ କୁମ୍ଭାର, ରବି ନାଗ, ପ୍ରଶାନ୍ତ ସାହୁ, ଶିବ ପଟେଲ, ଯଦୁ ରଣା, ଅକ୍ଷୟ ନାଗ, କୁଞ୍ଜବନ ରଣା, ସୁମନ୍ତ ପଟେଲ, ପରାଧୀନ ଦେହେରୀ, ବବଲୁ ରଣା, ଗୋବିନ୍ଦା ନାଗ, ଗଙ୍ଗାଧର ପୁଟେଲ, ଦିଲିପ ରଣା, ପ୍ରହଲ୍ଲାଦ ଚନ୍ଦନ, ନରେଶ ଛତର, ଅମିତ ମେହେର ମାନେ ଯୋଗଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ ।

nrusinghnath
Leave A Reply

Your email address will not be published.