ଭିନ୍ନକ୍ଷମ ଚକ୍ରଧରଙ୍କୁ ଭେଟିଲେ ରେଡକ୍ରସ କର୍ମୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଦ୍ୱିତୀୟ ଦିନରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମର ଭିନ୍ନକ୍ଷମ ଛାତ୍ର ଚକ୍ରଧର ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ରେଡକ୍ରସ କର୍ମୀ ତଥା ରକ୍ଷକ ବିରଂଚି ନାରାୟଣ ଦାଶ । ପ୍ରକାଶ ଥାଉକି ଚକ୍ରଧର ମାଝୀ ଜଣେ ମାନସିକ ଅନଗ୍ରସର ଅଷ୍ଟମ ଶ୍ରେଣୀର ଛାତ୍ର । ତାଙ୍କର ମୁତ୍ରାଶୟରେ ମାଂସ ବଢିଥିବାରୁ ପରିସ୍ରା ସମୟରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କ ପିତା ଶ୍ରୀ ଦାଶଙ୍କୁ ଯୋଗାଯୋଗ କରିବା ପରେ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ବଲାଙ୍ଗିରରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିରଂଚି ନାରାୟଣ ଦାଶ, ସମାଜସେବୀ ଥମିର ଛତ୍ରିଆ ତାଙ୍କ ଘରକୁ ଯାଇ ଭେଟିଥିଲେ । ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସେମାନେ ସୁବିଧା ପାଇଥିବାରୁ ଡାକ୍ତର ଯଶୋବନ୍ତ ସୋଠ, ଫାର୍ମାସିଷ୍ଟ ତପନ ମେହେରଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

one × 1 =