om academy

ଚନ୍ଦ୍ରପୁରଠାରେ ନୂଆଁଖାଇ ଭେଟ୍‌ଘାଟ୍‌ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକର ଚନ୍ଦ୍ରପୁର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଯୋଗଦେଇ ଆମ ଅଂଚଳରେ ନଅ ଶହ ବର୍ଷ ପୂର୍ବେ ଥିବା ଗଣତନ୍ତ୍ର ପରବର୍ତ୍ତୀ ସମୟର ରାଜତନ୍ତ୍ର ଏ ଅଂଚଳର ଉନ୍ନତିକୁ ପଛକୁ ନେଇଯାଇଥିଲା । ପରେ ପରେ ପୁଣି ଗଣତନ୍ତ୍ର ଆସିଲା, ଆଶା ଥିଲା ଲୋକେ ସବୁ ପ୍ରକାର ସମସ୍ୟା, ଦୁଃଖ ଦୁର୍ଦଶାରୁ ମୁକ୍ତି ପାଇବେ । କିନ୍ତୁ, କାହିଁକି କେଜାଣି ଯୋଜନାଗୁଡିକର ଅସଫଳ ରୂପାୟନ ଓ ସରକାରଙ୍କ ଆମ ଅଂଚଳ ପ୍ରତି କ୍ରମାଗତ ଅବହେଳା ଆମର ଉନ୍ନତିରେ ବାଧକ ସାଜୁଛି ବୋଲି କହିଥିଲେ ବିଧାୟକ ଶ୍ରୀ ମିଶ୍ର । ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଆଉ ମଧ୍ୟ କହିଥିଲେ ଯେ, ମୁଁ ଅନୁରୋଧ କରିବି ସରକାର ଓ ତାଙ୍କ ଅଧିକାରୀ ମାନେ ହୃଦୟତାର ସହ ସାଧାରଣ ଲୋକଙ୍କ କାମ କରନ୍ତୁ । ନୂଆଁଖାଇ ଆମ ଅଂଚଳର ମହାନ ପର୍ବ । ଏହି ପର୍ବ ସମସ୍ତଙ୍କୁ ଏକ କରିଛି, ତେଣୁ ଆମେ ସମସ୍ତେ ସମସ୍ତଙ୍କ ସହାଭାଗିତାରେ ସମାଜକୁ ଆଗେଇ ନେବାର ଶପଥ ନେବା ବୋଲି କହିଥିଲେ ବିଧାୟକ ଶ୍ରୀ ମିଶ୍ର । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − five =