ନୂଆଁଖାଇ ତୃତୀୟ ଦିନ ଛୁଟି ପାଇଁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କଲେ କୋସଲ ସଂଗ୍ରାମୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆବାହକ ଡିଂଗର କୁମ୍ଭାର, ସୁଶିଲ କୁମାର ଗୁରୁ, କୋଶଲ ସଂଗ୍ରାମୀ ଶାନ୍ତନୁ କୁମାର ବୁଧିଆ, ଜନସନ୍ ନାଗଙ୍କ ନେତୃତ୍ୱରେ ଏବଂ କୋଶଲ ଯୁବ ଶକ୍ତିର ସହଯୋଗରେ ପାଟଣାଗଡ ସହରରେ ଥିବା ସମସ୍ତ ସ୍କୁଲ କଲେଜ କୋର୍ଟ କଚେରି ତଥା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରାଯାଇଥିଲା । ଓଡିଶା ସରକାରଙ୍କ କୋଶଳାଂଚଳ ପ୍ରତି ହେଉଥିବା ବୈମାତୃକ ମନୋଭାବକୁ ହୃଦୟଙ୍ଗମ କରି ସମସ୍ତ ସରକାରୀ କର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବରେ ନିଜନିଜ ଅଫିସ ବନ୍ଦ କରି ଆନ୍ଦୋଳନକାରୀ ମାନଙ୍କୁ ସହଯୋଗ କରିଥିଲେ । ନୂଆଁଖାଇ ପାଇଁ ତିନିଦିନ ଛୁଟି ଦାବୀ କରି କୋଶଲାଞ୍ଚଳର ସମସ୍ତ ଜିଲ୍ଲାରେ ଆଗରୁ ପ୍ରତିବାଦ କରାଯାଇଥିଲା । ସରକାର କିନ୍ତୁ ସଂଗ୍ରାମୀମାନଙ୍କ ଦାବୀକୁ ଅଣଦେଖା କରିଥିଲେ । ଆସନ୍ତା ବର୍ଷ ସରକାରୀ ଛୁଟି କ୍ୟାଲେଣ୍ଡରରେ ନୂଆଁଖାଇ ପାଇଁ ତିନିଦିନ ଛୁଟି ନ ଦିଆଗଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଆବାହକ ଶୁଶିଲ କୁମାର ଗୁରୁ ପ୍ରକାଶ କରିଥିଲେ । କ୍ରିମିନାଲ କୋର୍ଟ ବାର ଏସୋସିଏସନର ସଦସ୍ୟମାନେ ଆନ୍ଦୋଳନକୁ ସମର୍ଥନ କରିଥିଲେ । କୋସଲ ଯୁବଶକ୍ତିର ସଭାପତି ରୋଶନ କୁମାର ସାହୁ ପ୍ରହଲ୍ଲାଦ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ପିତାମ୍ବର ବରିହା, ରିଙ୍କୁ ଦାସ, ବଣ୍ଟି ସାହୁ, କେନ୍ଦା ବରିହା, ଦେବାଶିଷ ସାହୁ ପ୍ରମୁଖ ଯୁବ ସଂଗ୍ରାମୀ ଆନ୍ଦୋଳନରେ ସାମିଲ ଥିଲେ ।

Leave A Reply

Your email address will not be published.

5 × 1 =