ଡେଲାଙ୍ଗ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରୁ୧୩୪୮ଜଣ ସ୍ୱ ଘରକୁ ଫେରିଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକର ୨୧ଟି ଗ୍ରାମ ପଞ୍ଚାୟତର ୨୬ଟି ସ୍ଥାନରେ ୧୩୪୮ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯାଇ ରଖାଯାଇଥିଲା । ଆଜି ରନ୍ଧା ଓ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥିଲା, ବାତ୍ୟାର ପ୍ରକୋପ କମିଯାଇଥିବାରୁ ଅପରାହ୍ନରେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବା ପାଇଁ ବିଡିଓ ଦିଲୀପ କୁମାର ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଶେଷ କରି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ବିଡିଓ, ତହସିଲଦାର, ବ୍ଳକର କର୍ମଚାରୀ ମାନଙ୍କ ସହ ଆଲେଚନା କରିଥିଲେ । ଯେଉଁ ମାନେ ବାତ୍ୟା ଆଶୟ ସ୍ଥଳରେ ରହିଛନ୍ତି ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ସେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଓ ବିଡିଓଙ୍କ ସହିତ ଆଲୋଚନା ଜାରି ରଖିଥଲେ । ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା, ତହସିଲ, ଥାନା ଓ ବ୍ଳକର କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ବିଡିଓ ଶ୍ରୀ ଷଡଙ୍ଗୀଙ୍କ ଠାରୁ ସୂଚନା ମିଳିଛି । ୟସକୁ ନେଇ ଲୋକମାନେ ଯେଉଁପରି ଭାବରେ ଭୟଭୀତ ହୋଇଥିଲେ ମାତ୍ର ସେପରି ପ୍ରଭାବ ଡେଲାଙ୍ଗ ବ୍ଳକରେ ପଡିନାହିଁ । ମାତ୍ର ମଙ୍ଗଳବାର ଦିନ ବର୍ଷା ସାଙ୍ଗକୁ ପବନ ବୋହିଥିଲା । ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ କିଛି ସମୟ ପାଇଁ ପବନ ବୋହିଥିଲା । ବର୍ଷା ପୁରାପୁରି ଛାଡି ଯାଇଥିଲା । କୌଣସି ଜାଗାରେ ସେପରି କିଛି କ୍ଷୟକ୍ଷତି ହୋଇନଥିବା ତହସିଲଦାର ମହେନ୍ଦ୍ର ବଡେଇଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.

twenty − 11 =

error: Content is protected !!