pakka

ମାଞ୍ଜା ସୂତାରେ କଟିଲା ଜଣେ ବ୍ୟକ୍ତିଙ୍କ ବେକ

bbehera

କଟକ : ମାଞ୍ଜା ସୂତାରେ କଟିଲା ଜଣେ ବ୍ୟକ୍ତିଙ୍କ ବେକ । କଟକ କାଠଯୋଡି ବ୍ରିଜ୍‌ ଉପରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଅକ୍ଷୟ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଯାଉଥିଲେ । ଏହି ସମୟରେ ଗୁଡିର ସୂତା ତାଙ୍କର ବେକରେ ଲାଗିଯାଇଥିଲା । ଫଳରେ ଅକ୍ଷୟ ମହାପାତ୍ର ଆହତ ହୋଇଥିଲେ । ତେବେ କଟକରେ ଗୁଡି ସୂତା ଲାଗି ଆହତ ହେବାରେ ଏହା ଅଷ୍ଟମ ଘଟଣା । ତାଙ୍କର ବେକରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରଯାଇ ଥିବା ବେଳେ ସେ ଏବେ ସୁସ୍ଥ ଥିବା ଖବର ମିଳିଛି ।

jay balangir
Leave A Reply

Your email address will not be published.

thirteen + eighteen =

error: Content is protected !!