ଯୋଖିପାଲି ଗ୍ରାମ ୭ ଦିନ ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ : ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ

ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ପାନୀୟ ଜଳଯୋଗାଣ ଠପ
ବରଗଡ଼, (ନିରଂଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ୟ୍ୟନ୍ତ ସଟ୍‌ ଡାଉନ ଘୋଷଣା କଲେ ଯୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା । ଏନେଇ ବିଧିବଦ୍ଧ ଭାବେ ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରେଇଛନ୍ତି ସରପଞ୍ଚ । ଗ୍ରାମରେ ଗତ ୬ ତାରିଖରେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ତିନି ଜଣ କରୋନା ଆକ୍ରାନ୍ତ ହେବା ପରେ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଚାଲିଥିବା ଯୋଗୁଁ ଉକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଅପରପକ୍ଷରେ ଏହି ଘଟଣାକୁ ଗୁରୁତ୍ୱ ଦେଇ ଯୋଖିପାଲି ଗାଁକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବା ସହ ଆକ୍ରାନ୍ତଙ୍କ ମିଶିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷଣ କରିବା ନିମନ୍ତେ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଗ୍ରାମର ଅଗ୍ରଣୀ ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ ଯୋଖିପାଲି । ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସଂକ୍ରମଣ ରୋକିବା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏହାଛଡ଼ା କିଛିଦିନ ପୂର୍ବରୁ ଗାଁରେ ଥିବା ଜଳଯୋଗାଣ ସମସ୍ୟା ଲାଗି ରହିଥିବା ବେଳେ ବିଭାଗ ଟ୍ରାନ୍ସଫର୍ମର ମଧ୍ୟ ପୋଡି ଯାଇଥିବାରୁ ଲୋକେ ପାନୀୟ ଜଳଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.