୧୫୦ ଦିନରେ ପହଂଚିଲା ‘ସ୍ମାଇଲ୍‌ ଫର୍‌ ଅଲ୍‌’ର ଖାଦ୍ୟବଂଟନ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ଏହି ସଂକଟ ଯେପରି ବଢ଼ି ନଯାଏ ସେ ଦିଗରେ ସରକାର ତୁରନ୍ତ ସମସ୍ତ ରାଜ୍ୟ ତଥା ଜିଲ୍ଲାମାନଙ୍କୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ସହରରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସର୍ବତ୍ର ଦୋକାନ ବଜାର, ରୋଜଗାର, ଯାନବାହାନ ଚଳାଚଳ ବନ୍ଦ କରାଯିବା କାରଣରୁ ଗରିବ ଲୋକେ ଭୋକ ଉପବାସରେ ଦିନ ବିତେଇଲେ । ସରକାର ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇ ଗରିବମାନଙ୍କୁ ଶୁଖିଲା ଖାଦ୍ୟ ପହଂଚାଉଥିଲେ । ତଥାପି ଅନେକ ଅସହାୟ ଦରିଦ୍ର ଲୋକ ଭୋକ ଉପବାସରେ ରହିଗଲେ । ତେବେ ଏହି ସମୟରେ ବଲାଙ୍ଗିର ସହରରେ ଦେବଦୂତ ସଦୃଶ ଉଭା ହୋଇ ଏଭଳି ନିରୀହ ଲୋକଙ୍କ ମୁହଁରେ ଖାଦ୍ୟ ଦେଇ ହସ ଫୁଟାଇବାର ଏକ ପ୍ରୟାସ କରିଥିଲେ ଏକ ସାମାଜିକ ସଂଗଠନ ‘ସ୍ମାଇଲ୍‌ ଫର୍‌ ଅଲ୍‌’ । ନିରନ୍ତର ଖାଦ୍ୟ ଦେବା ଭଳି ମହତ୍‌ କାର୍ଯ୍ୟରେ ଆଜି ୧୫୦ ଦିନରେ ପହଂଚିଛି ଏହି ସଂଗଠନ । ତେବେ ଆଜିର ଖାଦ୍ୟବଂଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆସିଥିଲେ ବଲାଙ୍ଗିର ପୌରପାଳିକାର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ର ମେନେଜର ସୁଧୀର ଦତ୍ତ, ବିଜେଡ଼ି ଯୁବ ସଭାପତି ଲୋଟସ ଷଡ଼ଙ୍ଗୀ । ସଂଗଠନ ମୁଖ୍ୟ ସଂଜୀବ କୁମାର ସାହୁ, ମନୋଜ ଚିନ୍ଦା, ଅରୁଣ ସିଂ, ବାବୁ ଚନ୍ଦନ, ସତ୍ୟ ସାହାଣୀ, ଆଶୁତୋଷ ପ୍ରଧାନ, ପୁଷ୍ପକ ରାଉତ, ଦୀନେଶ ଭାଟି, ନିଶିକାନ୍ତ ପ୍ରଧାନ, ସୂର୍ଯ୍ୟ ବେହେରା, ସତ୍ୟଜିତ ପୂଜାରୀ, ନକୁଲ ଦା’ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.