ls

କୋଭିଡ ସୁରକ୍ଷା ପାଇଁ ବଣିକ ସଂଘର ସ୍ମାରକ ପତ୍ର : ଅପରାହ୍ନ ୨ଟାରୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ୟରେ ଦିନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କୋଭିଡ-୧୯ରୁ ଜନ ସାଧାରଣଙ୍କ ଧନ ଜୀବନର ସୁରକ୍ଷା ନିମିତ୍ତ ବୁଧବାରରୁ ଅପରାହ୍ନ ୨ଟାରୁ ଦୋକାନ ବନ୍ଦ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାହୋଇଛି । ବିଡିଓ ପଦ୍ମନାଭ ସାମନ୍ତରାୟ ସ୍ମାରକ ପତ୍ର ଗ୍ରହଣ କରିଥିଲେ । ବଣିକ ସଂଘର ପକ୍ଷରୁ ସଂପାଦକ ଅରୁଣ ମାହାଣା ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବଣିକ ସଂଘର ଏତାଦୃଶ ପଦକ୍ଷେପକୁ ସାଧାରଣରେ ପ୍ରଂଶସା କରାଯାଇଛି ।

Leave A Reply

Your email address will not be published.