csstore

ପୂର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ବିଜୟ ପ୍ରଧନୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନଏସ) : ପୂର୍ବତନ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ବିଜୟ ପ୍ରଧନୀଙ୍କ ଦେହାନ୍ତ ହୋଇଛି। ହଠାତ୍ ହୃଦ୍ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଯୁବାବସ୍ଥାରେ ତାଙ୍କ ଦେହାନ୍ତ ପ୍ରିୟଜନଂକୁ ଖୁବ୍ ଦୁଃଖ ଦେଇଥିବା ବେଳେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଯୁବାବସ୍ଥାରୁ ସେ ଜଣେ ସଫଳ ସମାଜସେବୀ, ରାଜନେତା ଭାବେ ପରିଚିତି ଲାଭ କରିଥିଲେ। ଜଣେ ଉତ୍ତମ ସ୍ୱଭାବର ମଣିଷ ଭାବେ ସମାଜରେ ସେ ଜଣାଶୁଣା ଥିଲେ। ବିଜେଡି ଦଳର ଜଣେ ଆଗଧାଡିର କର୍ମକର୍ତ୍ତା ହୋଇଥିବାରୁ ବିଜେଡି ମହଲରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

jayashree
Leave A Reply

Your email address will not be published.