ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ଛାତ୍ର ପ୍ରଦ୍ୟୁମ୍ନ କେଶରୀ ନାୟକ ୟୁକ୍ରେନ୍କୁ ଏମ୍ବିବିଏସ୍ ପାଠ ପଢିବାକୁ ଯାଇଥିଲେ । କିନ୍ତୁ ଯୁଦ୍ଧ ପାଇଁ ସେ ସେଠାରେ ଭୟଭୀତ ଅବସ୍ଥାରେ ରହିଯାଇଥିଲେ । ଯୁଦ୍ଧ ମଧ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚିତ କରୁଥିବାରୁ ଖାରକିଭ ମେଡିକାଲ ୟୁନିଭର୍ସିଟିରେ ପଢ଼ୁଥିବା ଓଡ଼ିଆ ଛାତ୍ର ପ୍ରଦ୍ୟୁମ୍ନ କେଶରୀ ନାୟକ ଓ ତାଙ୍କ ପରିବାର ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।