mahavir

ମହୁଲପଡା ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ଉତ୍ସବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ମହୁଲପଡା ହାଇସ୍କୁଲରେ ସିଆର୍‌ସିସି ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ବାବେବୀର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବାବେବୀର ସରପଞ୍ଚ ଯୁଗେଶ୍ୱର ପାଣ୍ତେ ସମ୍ମାନୀତ ଅତିଥି ଜିତେନ୍ଦ୍ର ହଂସ ପ୍ରଧାନ ଶିକ୍ଷକ ମ‌ହୁଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରିଷ୍ଠ ଶିକ୍ଷକ ମହାବୀର ଯୋଷୀ, ସମାଜସେବୀ ଅଶୋକ ମିଶ୍ର, ବରିଷ୍ଠ ଶିକ୍ଷକ ଜୋହସ୍ୟ ଛତ୍ରିଆ ମଞ୍ଚାସୀନ ହୋଇଥିଲେ । ସଭାପତି ଶ୍ରୀ ମାଝୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଶିଶୁ ମାନଙ୍କ କଳା ସାହିତ୍ୟ ଜ୍ଞାନ ବିଜ୍ଞାନର ମହୋତ୍ସବ ଶିଶୁ ସୁରଭି ମହୋତ୍ସବରେ ଅନେକ ନୂତନ ପ୍ରତିଭା ଦେଖିବାକୁ ମିଳିଥିଲା । ସେହିପରି ଉଦଯାପନୀ ସଭାରେ‌ ବରିଷ୍ଠ ଶିକ୍ଷକ ମହୁଲପଡା ଉଚ୍ଚ ବିଦ୍ୟାଳୟ ଜୋହସ୍ୟ ଛତ୍ରିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ସମ୍ମାନିତ ଅତିଥି ସିଆର୍‌ସିସି ଧର୍ମେନ୍ଦ୍ର ନାଏକ, ସିଆର୍‌ସିସି ପଦ୍ମନାଭ ତାଣ୍ତି, ମୁଖ୍ୟ ବକ୍ତା ଭାବରେ ଲର୍କା କଷ୍ଟର‌ ସିଆର୍‌ସିସି ଶୁଭେନ୍ଦୁ ଯୋଷୀ, ବାବେବୀର ସିଆର୍‌ସିସି ମଧୁସୂଦନ ମାଝୀ ମଞ୍ଚାସୀନ ହୋଇଥିଲେ । କ୍ଲଷ୍ଟର ସ୍ତରୀୟ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ, ଚିତ୍ରକଳା, କୁଇଜ୍ ଆଦିର ପ୍ରତିଯୋଗିତା ଆୟୋଜିତ ହେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମହୁଲପଡା ହାଇସ୍କୁଲର ବରିଷ୍ଠ ଶିକ୍ଷକ ବିଘ୍ନରାଜ ସୁପକାର ପରିଚାଳନା କରୁଥିବା ବେଳେ ଧରଣୀମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଭିଜ୍ଞ ଶିକ୍ଷକ ହେମନ୍ତ କୁମାର ସତନାମୀ ଧନ୍ୟବାଦ ପ୍ରଦାନ କରିଥିଲେ ଓ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.