
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାର ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ବିଇଓ ଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଏବିଡିଓ ରୁଦ୍ର ପ୍ରସାଦ ସୁନା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏବିଇଓ ରଜନୀକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପ।ଲ ପ୍ରବୀଣ କୁମାର ସାହୁ, ସିଆର୍ସିସି ରମେଶ ଚନ୍ଦ୍ର ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସରୋଜ ବିଶ୍ଵାଳ । ବ୍ଲକର ୧୩ଟି କ୍ଲଷ୍ଟରରୁ ୪୦୦ରୁ ଅଧିକ ପ୍ରତିଯୋଗୀ ମୋଟ ୨୯ଟି ବିଭାଗରେ ଭାଗ ନେଇଥିଲେ ଓ ଗାଇଡ ଟିଚର, ବ୍ଲକ ଶିକ୍ଷା କର୍ମଚାରୀ ଷ୍ଟାଫ, ସମସ୍ତ ୧୩ଟି ସିଆର୍ସିସି ତଥା ଆଦର୍ଶ ବିଦ୍ୟାଳୟର ଷ୍ଟାଫଙ୍କ ସହାୟତାରେ ସଫଳତାର ସହ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରକୁ ମନୋନୀତ ହେବାଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ । ଏହାପରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠିଶିକ୍ଷା ଅଧିକାରୀ ଶ୍ୟାମ ମେହେର ଯୋଗ ଦେଇ ଥିବା ବେଳେ ଏବିଇଓ ରଜନୀକାନ୍ତ ସାହୁ, ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍ ପ୍ରବୀଣ ସାହୁ, ସରୋଜ ବିଶ୍ଵାଳ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାନ୍ଧୀ ପଧାନ, ଯଶୋବନ୍ତ ପଟେଲ, ସୁବ୍ରତ ଦାସ, ନବ କିଶୋର ସାମଲ, ଜନ୍ମଜୟ ଛନ୍ଦ, ରାଧାକାନ୍ତ ମାଝୀ, ଦିଲ୍ଲୀପ ସିଂହ ବାବୁ, ଧର୍ମେନ୍ଦ୍ର ସାହୁ, ରାଧାକୃଷ୍ଣ ତ୍ରିପାଠୀ, ହେମ ଜୟନ୍ତି ସିଂହ ତଣ୍ଡକାର, କୃଷ୍ଣଚନ୍ଦ୍ର ତ୍ରିପାଠୀ, ବିଭୂତି ପଟେଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ । ଶେଷରେ ସିଆର୍ସି ରମେଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଦେଇ ସଭାସାଙ୍ଗ ଘୋଷଣା କରିଥିଲେ ।