jayashree

ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସିଆରସିସି ସନାତନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜବାହରଲାଲ୍ ନେହେରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲେଜ) ଧଣ୍ଡାମୁଣ୍ଡାର ଇଂରାଜୀ ଭାଷା ଓ ସାହିତ୍ୟ ଅଧ୍ୟାପକ ନବୀନ କୁମାର ବାରିକ, ମୁଖ୍ୟବକ୍ତା ରୂପେ ଓଡିଆ ଭାଷା ଓ ସାହିତ୍ୟ ଅଧ୍ୟାପକ ରବିନ୍ଦ୍ର କୁମାର ବାରିକ ସମ୍ମାନିତ ଅତିଥି ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଜୟପାଳ ବେହେରା ଭରୁଆମୁଣ୍ଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ପଞ୍ଚାନନ କରନ, ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା କଳାର ବିକାଶ କେମିତି ହୋଇପାରିବ ସେଥିପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ମଧ୍ୟ ଆଗେଇ ଆସିବା କଥା ବୋଲି ଅତିଥିମାନେ ମତ ରଖିଥିଲେ । ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ମୋ ସ୍ୱପ୍ନର ଓଡିଶା ବିଷୟରେ ଅତିଥିମାନେ ସୁନ୍ଦର ଭାବରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସବ୍ ଜୁନିୟର, ଜୁନିୟର, ସିନିୟର ଦଳର ବିଭିନ୍ନ ପ୍ରତିଯୋଗିତାମାନ ହୋଇଥିଲା । କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ଡିବେଟ୍, ଗୀତ ଓ ନାଚ ତଥା ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଶିକ୍ଷକ ଲେକୃ ଧରୁଆ ମଞ୍ଚ ପରିଚାଳନା କରିଥିଲେ , ଏବଂ ବାଲକୃଷ୍ଣ ପୁରୋହିତ ପୂଜା କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ତଥା ବିଆରସିସି ରୁଦ୍ର ଦେବ ଷଡଙ୍ଗୀ, ସିଆରସିସି ସନାତନ ବାରିକ ପଡିଆବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ମେହେର ସମ୍ମାନୀତ ଅତିଥି ରୂପେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ମେଡାଲ୍, ଟ୍ରଫି ତଥା ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ଶେଷରେ ଉପେନ୍ଦ୍ର ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲଷ୍ଟରର ବିଭିନ୍ନ ବବିଦ୍ୟାଳୟର ଶିକ୍ଷକ / ଶିକ୍ଷୟିତ୍ରୀ ଭାରତୀ ବେଣ୍ଚକାର, କମଳ ବିଶ୍ୱାଳ, ଶୁକଦେବ କାଲସାଏ, ପ୍ରହ୍ଲାଦ ନାଏକ, ସୁଶାନ୍ତ ମହାନନ୍ଦ, ଅଶୋକ ମେହେର, ରାକ୍ଷୀ ଦାସ, କାଦମ୍ବିନୀ ସାହୁ, ପୁଷ୍ପାଞ୍ଜଳି ସୁନା, ପାୟଲ ବରିହା, ଚିତ୍ତରଂଜନ ସାହୁ, ରାଜୁ ଭୋଇ, ସୁମନ୍ତ ଶବର , ନକୁଳ ମହରା ଜ୍ଞାନ ରଂଜନ ଖଟୁଆ ଆଦି ଶିକ୍ଷକ / ଶିକ୍ଷୟିତ୍ରୀ ବିଚାରକ ଦାୟିତ୍ୱ ତୁଲାଇବା ସହିତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.