ସାଲେଭଟାରେ ସୂର୍ଯ୍ୟଙ୍କ ଶୂନ୍ୟ ଛାୟାର ଖେଳ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାଠାରେ ଜିରୋ ସେଡୋ ଡେ’ ସୂର୍ଯ୍ୟଙ୍କ ଶୂନ୍ୟଛାୟାର ବିରଳ ଦୃଶ୍ୟ ଦୃଶ୍ୟମାନ ହୋଇଛି । ଡୁଡୁକା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ନିଜ ଘରେ ପରୀକ୍ଷଣ କରିଥିବା ଦେଖାଯାଇଛି । ଚଳିତ ବର୍ଷ ଓଡିଶାର ବିଭିନ୍ନ ସ୍ଥାନରେ ଏପରି ବିରଳ ସୂର୍ଯ୍ୟଙ୍କ ଛାଇ ଆଳୁଅର ଖେଳ ଅନୁଷ୍ଠିତ ହୋଇଥିଲା । ସାଲେଭଟାଠାରେ ଏପରି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ଜାଗତିକ ଦୃଶ୍ୟ ଅକ୍ଷାଂଶ ଓ ଦ୍ରାଘିମା ଅନୁସାରେ ତାରିଖ ପରିବର୍ତ୍ତନ ଅନୁସାରେ ସ୍ଥାନ ବଦଳି ଯାଇଥାଏ । ଆଜି ମେ’ ମାସର ୨୫ ତାରିଖ ସାଲେଭଟାରେ ଦିନ ଘ.୧୧.୫୩ ମି. ସମୟରେ, ଏହି ନିଦ୍ଦିଷ୍ଠ ସମୟରେ ଅକ୍ଷାଂଶ ୨୦.୯୭୧ ଓ ଦ୍ରାଘିମା ୮୩.୫୩୭ ଡିଗ୍ରୀ ମଧ୍ୟରେ ଅବସ୍ଥିତ ଥିବା ସାଲେଭଟାରେ ସୂର୍ଯ୍ୟକିରଣ କୌଣସି ଅସ୍ୱଚ୍ଛ ବସ୍ତୁ ଉପରେ ପଡି ଛୟା ସୃଷ୍ଟି କରିବା ଭଳି ସ୍ୱାଭାବିକ ଘଟଣା ଘଟିବ ନାହିଁ ବୋଲି ଗବେଷକମାନେ ଗବେଷଣାରୁ ଜାଣି ପାରିଥିଲେ । ଏହି ସମୟରେ ବସ୍ତୁଟି ଉପରେ ସୂର୍ଯ୍ୟସରଳ ରେଖାରେ ରହିବା ଯୋଗୁଁ ଏହା ଅସ୍ୱଚ୍ଛ ବସ୍ତୁଟିର ଛାୟା ବସ୍ତୁଟି ଅଧିକାର କରିଥିବା କ୍ଷେତ୍ରଫଳ ମଧ୍ୟରେ ସୀମିତ ରହିଯାଇଥାଏ । ତେଣୁ ସୂର୍ଯ୍ୟଙ୍କ ଛାଇଟି ବସ୍ତୁଟିର କ୍ଷେତ୍ରଫଳ ମଧ୍ୟରେ ଲୁଚି ରହି ଆମକୁ ଦେଖାଯାଏ ନାହିଁ । ଛାଇଟି ଶୂନ୍ୟତା ମଧ୍ୟରେ ଲୁଚି ରହି ବାହାରକୁ ଦେଖାଯାଇନଥାଏ । ଡୁଡୁକା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରବୀନ ସାହୁଙ୍କ ପ୍ରେରଣାରେ ଓ ରେଙ୍ଗାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଠିକ୍‌ ଏହି ସମୟରେ ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ନିଜ ଘରେ ପରୀକ୍ଷଣ ପାଇଁ ପୂର୍ବ ପ୍ରସ୍ତୁତି ଅନୁସାରେ କେତେକ ଷ୍ଟିଲ ଓ କାଚ ପାଣି ଗ୍ଲାସ ରଖି ଦିନ ଘ୧୧.୫୦ମିରୁ ନିରୀକ୍ଷଣ କରିଥିବା ବେଳେ ଦିନ ଘ.୧୧.୫୩ ମି. ସମୟରେ ଛାଇଟି ଗ୍ଳାସ କ୍ଷେତ୍ରଫଳ ମଧ୍ୟରେ ଲୁଚି ଯାଇଥିବା ଦେଖାଯାଇଥିଲା । ଏହି ପରୀକ୍ଷଣ ସଂପୂର୍ଣ୍ଣ ଠିକ୍‌ ହୋଇଥିବାରୁ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନେନ୍ଦୁ ପାଢ଼ୀ ଉଦାହରଣ ସାଜିଛନ୍ତି ଏହି ପରୀକ୍ଷଣ ପାଇଁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାିଛି । ସାଲେଭଟାରେ ଆଜିର ଦିନରେ ଏହା ହୋଇଥିବାରୁ ଚଳିତ ବର୍ଷ ଆସନ୍ତା ଜୁଲାଇ ମାସ ଘ.୧୨.୦୨ ମିନିଟରେ ପୁଣି ଥରେ ଏପରି ଜିରୋ ସେଡୋ ଡେ’ ବା ସୂର୍ୟ୍ୟଙ୍କ ଶୂନ୍ୟଛାୟାର ବିରଳଦୃଶ୍ୟ ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି । ଅକ୍ଷାଂଶ ୨୦. ୭୨ଡିଗ୍ରୀ ଓ ଦ୍ରାଘିମା ୮୩.୪୮ ଡିଗ୍ରୀ ମଧ୍ୟରେ ଅବସ୍ଥିତ ଥିବାରୁ ବଲାଙ୍ଗିର ସହରରେ ଗତ ୨୩ ତାରିଖ ଦିନ ଘ୧୧.୫୨ମିରେ ସୂର୍ଯ୍ୟଙ୍କ ଶୂନ୍ୟ ଛାୟା ସୃଷ୍ଟି ହୋଇଥିଲା । ଏହି ପରୀକ୍ଷଣ ଅନୁସାରେ ଆଜିର ଦିନରେ ଆଗଲପୁର ବ୍ଲକ ଇଂଶା ଗ୍ରାମରେ ଏପରି ଜାଗତିକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

6 − one =