ସୁବର୍ଣ୍ଣପୁର ଜିଲ୍ଲା ନୂତନ ଶିଶୁ ମଙ୍ଗଳ କମିଟି ମନୋନୀତ

  • ଶଙ୍କର୍ଷଣ ପଣ୍ଡା ହେଲେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୦୪୭୮ ତା. ୨୩/୦୫/୨୩ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସହିତ ବାଲେଶ୍ୱର, ନୟାଗଡ ଓ ଦେବଗଡ଼ ଜିଲ୍ଲାର ଶିଶୁ ମଙ୍ଗଳ କମିଟିର ମନୋନୀତ ନୂତନ ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ସଦସ୍ୟ ସଦସ୍ୟାଙ୍କ ନାମ ଘୋଷଣା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଶଙ୍କର୍ଷଣ ପଣ୍ଡା ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ସଦସ୍ୟ ସଦସ୍ୟା ଭାବେ ଶାନ୍ତନୁ କୁମାର କର୍ଣ୍ଣ, ବିଜୟଲକ୍ଷ୍ମୀ ସାହୁ, ହେମନ୍ତ କୁମାର ସା’ ଓ ପ୍ରିୟଦର୍ଶିନୀ ପୁରୋହିତ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ପ୍ରକାଶ ମତେ, ବଲାଙ୍ଗିର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.

20 + 3 =