
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଖିଳ ଓଡିଶା ବୈଶ୍ୟ ଶୁଣ୍ଢି ସମାଜ(ପଶ୍ଚିମାଞ୍ଚଳ) ବଲାଙ୍ଗୀର ଜିଲ୍ଲା ପଵିତ୍ର ପୁର୍ଣ୍ୟତୀର୍ଥ ହରିଶଙ୍କର ମନ୍ଦିର ଅତିଥି ଭବନ ରେ ଛଅ ଗୋଟି ଜିଲ୍ଲାର କର୍ମକର୍ତାଙ୍କୁ ନେଇ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବେଣୁଗୋପାଳ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଘନଶ୍ୟାମ ବେହେରା ଟେମେରୀମାଲ, ସହ ଧର୍ମିଣୀ ଭାରତୀ ବେହେରା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଯୁବରାଜ ବେହେରା, ସମ୍ପାଦକ ରମେଶ ବେହେରା, ସଭାପତି ଅମାଠୋଲା ଅଂଚଳ ମକାରଧ୍ୱଜ ବେହେରା, ସଭାପତି ମୋହନଗିରି ଅଂଚଳ ଗଜେନ୍ଦ୍ର ସାହୁ, ସଭାପତି ଲାଞ୍ଜିଗଡ ଅଂଚଳ ରାଜେନ୍ଦ୍ର ବେହେରା, ସଭାପତି କଣ୍ଟାବାଞ୍ଜି ଅଂଚଳ ସଭାକର ବିଶୋଇ, ସଭାପତି ବ୍ରହ୍ମଣି ଅଂଚଳ କନ୍ଧମାଳ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଅନନ୍ତ ବେହେରା, ଅନିରୁଦ୍ଧ ବେହେରା, କୋଷାଧକ୍ଷ ଜଳନ୍ଧର ବେହେରା, ଦୈତାରୀ ଚଲାନ ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ ସଭାରେ ସମାଜର ଏକତା ନୂତନ ନୀତିନିୟମ ପ୍ରଣୟନ, ସଂଶୋଧନ ସହିତ କାର୍ୟ୍ୟ ଖସଡ଼ା ପ୍ରସ୍ତୁତ ଓ ନୂତନ କମିଟି ପୁନର୍ଗଠନ କରାଯାଇଥିଲା ଏଥିରେ ସର୍ବ ସମ୍ମତି କ୍ରମେ ଅନନ୍ତ ବେହେରା ସଭାପତି ଅମାଠୋଲା ଅଂଚଳ ଲଷ୍ମୀକାନ୍ତ ବେହେରା ସାଧାରଣ ସମ୍ପାଦକ ମୋହନଗିରି ଅଂଚଳ ଯୁବରାଜ ବେହେରା ଉପ ସଭାପତି ଖପ୍ରାଖୋଲ ଅଂଚଳ ରାଜେନ୍ଦ୍ର ବେହେରା ଉପସଭାପତି କଣ୍ଟାବାଞ୍ଜି ଅଂଚଳ. କୈଳାଶ ବେହେରା ସହ ସମ୍ପାଦକ ଚାନ୍ଦୋତରା ଅଂଚଳ ମକାରୁ ବେହେରା ଯୁଗ୍ମ ସମ୍ପାଦକ ଲାଞ୍ଜିଗଡ ଅଂଚଳ ଡୋଲାମଣି ବେହେରା କୋଷାଧକ୍ଷ ମୋହନଗିରି ଅଂଚଳ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ବେଣୁଗୋପାଳ ବେହେରା. ବିରଞ୍ଚି ବେହେରା ଗୁପ୍ତେଶ୍ୱର ବେହେରା. ସୁଦର୍ଶନ ବେହେରା. ନୀଳକଣ୍ଠ ବେହେରା ଅନିରୁଦ୍ଧ ବେହେରା ନିରଞ୍ଜନ ବେହେରାଙ୍କ ସହିତ ୧୫ ଜଣ କାର୍ୟ୍ୟକାରିଣୀ ସଭ୍ୟମଂଡ଼ଳି ଗଠନ କରାଯାଇଥିବା ବେଳେ ଶେଷରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା ଓ ଉକ୍ତ ସଭାର ମଞ୍ଚ ପରିଚାଳନା ଦାୟିତ୍ୱ ଦୈତାରୀ ବେହେରା ନେଇଥିଲେ । ଗୋକୁଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।