jsm

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୋଟ ୬୭ ଜଣ ଅଭିଯୋଗକାରୀ ଅଭିଯୋଗ ପତ୍ର ଦାଖଲ କରିଥିବା ବେଳେ ପାନୀୟ ଜଳ, ଗମନାଗମନ, ରାଜସ୍ୱ ଗ୍ରାମ, ଜଙ୍ଗଲ ଜମି, ଭିନ୍ନକ୍ଷମ ଭତ୍ତା, ଆଦି ପ୍ରାଥମିକ ସ୍ତରରେ ସ୍ଥାନ ପାଇଥିବା ସୂଚନା ମିଳିଛି । ସମୟର ସ୍ୱଳ୍ପତା ଦୃଷ୍ଟିରୁ ଅନେକ ଅଭିଯୋଗକାରୀ ରିକ୍ତହସ୍ତରେ ଫେରିଥିବା ବେଳେ ତନ୍ମଧ୍ୟରୁ କିଛି ମାସ ତଳେ ସ୍ୱାମୀକୁ ହରାଇ ଥିବା ରାଣୀବାହାଲ ଗ୍ରାମର ୨୮ବର୍ଷିଆ ଆଦିବାସୀ ମହିଳା ପ୍ରମିଳା ମାଝୀ ନିଜର ଆଠମାସର ଶିଶୁକନ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ଆସି ରିକ୍ତହସ୍ତରେ ଅଧାବାଟରୁ ଫେରିଯାଇଥିବା ସୂଚନା ମିଳିଛି । ସେହିପରି ବାଲିଜୋର ଗ୍ରାମର ୮୦ବର୍ଷର ବୃଦ୍ଧା ଦମୟନ୍ତୀ ଅଟୋରିକ୍ସାରେ ବୁହା ହୋଇ ଅଭିଯୋଗ ପାଇଁ ଆସିଥିବା ବେଳେ ତାଙ୍କୁ ଅଧବାଟରୁ ଫେରାଇ ଦେଇଥିବା ଅଭିଯୋଗ ହେଉଛି । ସେହିପରି ଅନେକ ଅଭିଯୋଗକାରୀ ନିରାଶ ହୋଇ ଫେରିଥିବାର ସୂଚନା ମିଳିଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାରଙ୍କ ସମେତ ସିଡ଼ିଓ ଦୟାମୟ ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ ଓ ଅନେକ ଜିଲ୍ଲା ଅଧିକାରୀଙ୍କ ସମେତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.