pakka

ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ କନଫରେନ୍ସ ହଲରେ ଗୁରୁବାର ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡ଼ିଓ ବିଶ୍ୱଜିତ ରାଏ, ଏବିଡିଓ ଭବାନୀ ଶଙ୍କର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରବୀନ୍ଦ୍ର କୁମାର ମଲାଣ ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ଏବିଡିଓ ପ୍ରଧାନ ଓ ଏପିଓ ଦାୟିତ୍ୱରେ ଥିବା ବ୍ରଜ କିଶୋର ବେହେରା ୨୦୨୧-୨୨ ଆର୍ଥିକ ବର୍ଷର ବିବରଣୀ ପ୍ରଦାନ କରିଥିଲେ । ପଂଚାୟତ ଗୁଡିକରେ ବିଭିନ୍ନ ପ୍ରକଳ୍ପ ତଥା ଖେଳ ପଡିଆ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ବୃକ୍ଷ ରୋପଣ ଆଦି ଉନ୍ନୟନ ମୂଳକ କାର୍ଯ୍ୟର ବ୍ୟୟ ବରାଦ ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମ ବ୍ଲକ ୧୫ଟି ପଂଚାୟତକୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମଏନଆରଇଜିଏସ)ରୁ ୧ କୋଟି ୧୧ଲକ୍ଷ ତିନି ହଜାର ପାଞ୍ଚ ସହ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଥିଲେ । ଗଞ୍ଜାମ ବ୍ଲକରେ ୨୦୧୭ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ସେଥିମଧ୍ୟରୁ ୩୦୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ୨୦୨୧-୨୨ ବର୍ଷରେ କୋଡିଏ ହଜାର ୬୫୧ ଜଣ ପରିବାର ଜବ୍‌ କାର୍ଡ ପାଇଁ ପଞ୍ଜିକରଣ କରିଥିବା ବେଳେ ସମସ୍ତେ ତାହା ପାଇଛନ୍ତି ଏବଂ ୫୧୧୪ ପରିବାର ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଶୁଣାଣି ବେଳେ ବ୍ଲକ ସହକାରୀଯନ୍ତ୍ରୀ ବଂଶୀଧର ପରିଡା, ସିଡିପିଓ ସଲୀଳା ପ୍ରଧାନ, ଯୋଗାଣ ଅଧିକାରୀ ସନ୍ତୋଷ ଦାସ, ରମ୍ଭା ବନାଞ୍ଚଳ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତ ପଂଚାୟତର ପିଆଇ ସଦସ୍ୟ ଓ ସରପଞ୍ଚ, ସମିତି ସଭ୍ୟ /ସଭ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − four =