pakka

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟ ସ୍ଥାପନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ ବଜାରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳନ ହେବାକୁ ଯାଉଛି । ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ପଣ୍ଡିତ ତଥା ପୁରୋହିତ କାଳିଆ ଗୋସାଇଁଙ୍କ ଦ୍ୱାରା ଦେବମନ୍ତ୍ର ଉଚ୍ଚାରଣ ସହ ପାରମ୍ପରିକ ପୂଜାର୍ଚନା ପରେ ଶୁଭ ଖୁଣ୍ଟ ସ୍ଥାପନ କରାଯାଇଥିଲା । ବଡ଼ ବଜାର ବଣିକ ସଂଘ ସମ୍ପାଦକ କାଁହୁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଜି ରାମଦାସ ରେଡ଼ି, ରମେଶ ମହାପାତ୍ର, ଦେବେନ୍ଦ୍ର ଦାସ, ଭେଙ୍କେଟେଶ୍ୱର ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୂଜା ପ୍ରାୟ ୧୫ ଦିନ ଧରି ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five + 12 =