pakka

ସୁନାଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା

bbehera
  • ସୁନା ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ
  • ସୁନା ଅଳଙ୍କାର ସହ ଗୋଟିଏ ଅଟୋ ଓ ସ୍ମାର୍ଟ ଫୋନ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁନାଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜାମ ଜିଲ୍ଲାର ପାଟପୁର, ଶେରଗଡ଼, ବରଗଡ଼, ଛତ୍ରପୁର, ରମ୍ଭା, ଭଞ୍ଜନଗର, ବେଲଗୁଣ୍ଠା ଆଦି ୭ଟି ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମର ଧରପଗଡ଼ ଅଭିଯାନରେ ୬ଜଣ ଅଭିଯୁକ୍ତଙ୍କୁ ଧରି ସେମାନଙ୍କୁ ଗିରଫ କରିବାରେ ଗଞ୍ଜାମ ପୋଲିସ ସଫଳତା ହାସଲ କରିଛି । ମିଳିଥିବା ସୁନା ଗହଣା ସବୁକୁ ପ୍ରକୃତ ହତାଧିକାରୀଙ୍କୁ ପୋଲିସ ହସ୍ତାନ୍ତର କରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଶେରଗଡ଼ ଥାନା ଅଧୀନସ୍ଥ ଧବଳପୁର ଗ୍ରାମର ହରି ଡାକୁଆ (୨୩), କୁରେଶ ଡାକୁଆ (୪୭), ଏରଗୁଲା ବସ୍ତିର ଟି. ଟୁନା (୨୫), ପାଟପୁର ଥାନା ଅଧୀନସ୍ଥ ଜୟନଗରର ଏସ୍.ସାହେବ (୫୫), ଏସ୍.ବିକ୍ରମ (୨୧), ଶେରଗଡ଼ ଥାନା ଅଧୀନସ୍ଥ ସୋଲାସୋଲ ଗ୍ରାମର ବି.ରମେଶ ପାତ୍ର (୬୦) ପ୍ରମୁଖ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ଠାରୁ ୧୮୦ ଗ୍ରାମ ସୁନା ଅଳଙ୍କାର, ୧୦୩.୧୪୦ ଗ୍ରାମର ରୂପା, ବ୍ୟବହାରିକ ରୂପା ଦ୍ରବ୍ୟ ଆଦି ଜବତ ହୋଇଛି । ସୁନା ଅଳଙ୍କାର ସହ ଘରୋଇ ବ୍ୟବହାରିକ ରୂପା, କଳାରଙ୍ଗର ଗୋଟିଏ ଅଟୋ, ସ୍ମାର୍ଟ ଫୋନ ଆଦି ଜବତ ହୋଇଛି ବୋଲି ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ସୂତ୍ରରୁ ଜଣାପଡିଛି । ଅଭିଯୁକ୍ତଙ୍କୁ ଭାରତୀୟ ପୋଲିସ ପିଙ୍ଗଳ କୋର୍ଡ଼ ଧାରାରେ କେସ୍‌ ରୁଜୁ କରି ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.

13 + three =