ରକ୍ତ ରଞ୍ଜିତ ହେଲା ମିର୍ଦ୍ଧାପାଲି ଶୁଲିଆ ଖଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଗ୍ରାମରେ ଦୀର୍ଘ ଦଶନ୍ଧି ଧରି ହୋଇ ଆସୁଥିବା କନ୍ଧ ସମ୍ପ୍ରଦାୟର ଶୁଲିଆ ଯାତ୍ରା ଆଜି ନିରାଡମ୍ବର ସହିତ ପାଳିତ ହୋଇଯାଇଛି । ଖଇରଗୁରା ଖଲା ପରେ ମିର୍ଦ୍ଧାପାଲି ଖଲାରେ ପ୍ରବଳ ଭିଡ ଲାଗି ରହେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଏବଂ ମାନସିକଧାରୀଙ୍କ ଭିଡ ମିର୍ଦ୍ଧାପାଲି ସାନ ଖଲାଠାରେ ଦେଖିବାକୁ ମିଲିଥିଲା । ଗ୍ରାମର ସମସ୍ତ ଲୋକ ଏହି ଯାତ୍ରାରେ ସହଯୋଗ କରି ଯାତ୍ରାକୁ ସମ୍ପନ୍ନ କରିଥିଲେ । ଯେମିତି କିଛି ଅଘଟଣ ନ ଘଟେ ସେ ପ୍ରତି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଠାରେ କୁକୁଡା, ଛେଳି ଏବଂ ପୋଢ ବଳି ପଡି ଖଲା ରକ୍ତରଞ୍ଜିତ ହୋଇଥିଲା ।

Leave A Reply

Your email address will not be published.