ଶୁଲିଆ ପୀଠରେ ଶୁଲିଆବୁଢାଙ୍କ ଦର୍ଶନ କଲେ ନରସିଂହ ଓ ସମରେନ୍ଦ୍ର

  • ଶୁଲିଆ ଯାତ୍ରା ଆଦିବାସୀଙ୍କ ଭିତରେ ଏକତା ଜାଗ୍ରତ କରୁଛି : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପରଂପରା, ଆସ୍ଥା ଓ ବିଶ୍ୱାସର ପ୍ରତୀକ ଶୁଲିଆବୁଢାଙ୍କ ପରଂପରା ଅନୁଯାୟୀ ଗତକାଲି ଏ ଅଂଚଳର ସମସ୍ତ ଆଦିବାସୀ ଭାଇ ଓ ଭଉଣୀମାନେ ପୂଜା କରୁଛନ୍ତି । ଶୁଲିଆବୁଢା ପ୍ରତି କେବଳ ଆଦିବାସୀଙ୍କ ଆସ୍ଥା ଅଛି ଏହା ନୁହେଁ ଏ ଅଞ୍ଚଳ ତଥା ଅନ୍ୟ ରାଜ୍ୟର ଲୋକଙ୍କ ମନରେ ମଧ୍ୟ ପ୍ରଗାଢ ଭକ୍ତି ଓ ବିଶ୍ୱାସ ଅଛି । ତେଣୁ ଏହି ଶୁଲିଆ ଯାତ୍ରା ଆଦିବାସୀ ତଥା ଏ ଅଂଚଳବାସୀଙ୍କ ମଧ୍ୟରେ ଏକ ଏକତା ଓ ଭାଇଚାରାର ବନ୍ଧନରେ ବାନ୍ଧିଥାଏ ବୋଲି ଆଜି ଖଇରଗୁଡା ସ୍ଥିତ ପ୍ରସିଦ୍ଧ ଶୁଲିଆ ପୀଠର ସାନଖଳା ଓ ବଡଖଳାରେ ଶୁଲିଆବୁଢାଙ୍କ ଦର୍ଶନ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଅବସରରେ ଏଆଇସିସି ସଦସ୍ୟ ତଥା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ମଧ୍ୟ ଏହି ପୀଠ ଦର୍ଶନ କରି ଆଶିର୍ବାଦ ଲାଭ କରିବା ସହିତ ଅଂଚଳବାସୀଙ୍କର ମଙ୍ଗଳକାମନା କରିଥିଲେ । ଆଦିବାସୀଙ୍କ ଏହି ମହାନ ପର୍ବରେ ବଲାଙ୍ଗିର ସଂଲଗ୍ନ ସୋନପୁର, ବରଗଡ, କଳାହାଣ୍ଡି, ଫୁଲବାଣୀ ସମେତ ରାଜ୍ୟ ବାହାର ଛତିଶଗଡ ଅଂଚଳରୁ ମଧ୍ୟ ଅନେକ ଆଦିବାସୀ ଓ ସାଧାରଣ ବର୍ଗର ଲୋକେ ଶୁଲିଆବୁଢାଙ୍କ ପାଖରେ ଦର୍ଶନ କରି ଆଶିର୍ବାଦ ଲାଭ କରିଥାନ୍ତି । ବିଧାୟକ ଶ୍ରୀ ମିଶ୍ର ଏବଂ ଏଆଇସିସି ସଦସ୍ୟ ସମରେନ୍ଦ୍ର ଖଇରଗୁଡା ପୀଠ ଦର୍ଶନ ପରେ ବଲାଙ୍ଗିର ବ୍ଲକ ସ୍ଥିତ ମିର୍ଦ୍ଧାପାଲି ପଂଚାୟତର ମିର୍ଦ୍ଧାପାଲିଠାରେ ଅନୁଷ୍ଠିତ ଶୁଲିଆଯାତ୍ରାରେ ମଧ୍ୟ ସାମିଲ ହୋଇ ଶୁଲିଆବୁଢାଙ୍କ ଆଶିର୍ବାଦ ଲାଭ କରିଥିଲେ ।

Leave A Reply

Your email address will not be published.