centurian jitm

ପୁସ୍ତକ ‘ସୂକ୍ଷ୍ମଦ୍ରଷ୍ଟା ଗଙ୍ଗାଧର’ ଉନ୍ମୋଚିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ ଘ‌ଣ୍ଟାରେ ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ, ଗୁରୁ ପ୍ରକାଶନୀ ଆନୁକୂଲ୍ୟରେ ଡାକ୍ତର ମାନଭଞ୍ଜନ ପ୍ରଧାନଙ୍କ ଆଲୋଚନା ପୁସ୍ତକ “ସୂକ୍ଷ୍ମଦ୍ରଷ୍ଟା ଗଙ୍ଗାଧର” ଉନ୍ମୋଚିତ ହୋଇଯାଇଛି । ଏଇ ଅବସରରେ ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରଫେସର ମହେନ୍ଦ୍ର କୁମାର ଭୋଇ ସଭାପତିତ୍ୱ କରିଥିଲେ । ବୋଡାସମ୍ବର କଲଚରାଲ ଫୋରମର ସଭାପତି ମନୋରଞ୍ଜନ ସିଂ ବରିହା ଓ ହାଇସ୍କୁଲ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ବାଗଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଡଃ ଜୟ କେତନ ତ୍ରିପାଠୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଥିଲେ । ବରେଣ୍ୟ ଅତିଥିମାନେ ପୁସ୍ତକଟିକୁ ଉନ୍ମୋଚନ କରି ଲୋକାର୍ପଣ କରିଥିଲେ ଯୁବ ଅଧ୍ୟାପକ ଦୁର୍ଗାଶୀଷ ପଟ୍ଟନାୟକ ଚମତ୍କାର ଶୈଳୀରେ ପୁସ୍ତକ ରଚନା ସମ୍ବର୍ଦ୍ଧିତ ନିଜସ୍ୱ ଦୃଷ୍ଟିକୋଣ ଉପସ୍ଥାପନା କରିଥିଲେ । ପରିଶେଷରେ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର କେଶରଞ୍ଜନ ପଧାନ, ଚନ୍ଦ୍ରଭାନୁ ପ୍ରଧାନ, ମହେ‌ଶ୍ୱର ସାହୁ, ଶାନ୍ତନୁ ପାଣିଗ୍ରାହୀ, ଜୟ ନାରାୟଣ ତ୍ରିପାଠୀ, ଡଃ ସନ୍ତୋଷିନୀ ବାବୁ, କ୍ଷୀରସିନ୍ଦୁ ସୁନା, ଜଗନ୍ନାଥ ବଢେଇ, ନିରୋଜ ଦୋରା, ତୀର୍ଥବାସୀ ପଣ୍ତା, ଗୋବିନ୍ଦ ପାଣିଗ୍ରାହୀ, ଡଃ ବିରଞ୍ଚି ସାହୁ, ଜିତେନ୍ଦ୍ରୀୟ ନାଥ ଗୁରୁ, ରାଜେନ୍ଦ୍ର ମହାନ୍ତି, ମୀନକେତନ ସାହୁ, ଆଶୁତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.