pakka

ସମ୍ବାଦିକ ସୁଧୀର ମିଶ୍ର ପାଇଲେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଦେଶରେ ବଣ ଜଙ୍ଗଲ ଓ ପ୍ରାଣୀଙ୍କ ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ସଚେତନତା ପୂର୍ବକ ବନ୍ୟପ୍ରାଣୀ ସପ୍ତାହ ପାଳିତ କରାଯାଇଛି । ଜିଲ୍ଲା ବନଖଣ୍ଡ ତଥା ଉପଖଣ୍ଡିୟ ବନଖଣ୍ଡ ଦ୍ୱାରା ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ଏ ଦିଗରେ କାମ କରିଥିବା କିଛି ବିଶେଷ ବନ୍ୟପ୍ରାଣୀ ପ୍ରେମୀଙ୍କୁ ପୁରସ୍କୃତ କରାଯାଏ । ଏଥର ବରିଷ୍ଠ ସାମ୍ବାଦିକ ସୁଧୀର କୁମାର ମିଶ୍ରଙ୍କୁ ଜନସଚେତନତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଉପଖଣ୍ଡିୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ବଲାଙ୍ଗିର ବନଖଣ୍ଡ ଅଧିକାରୀ ନିତୀଶ କୁମାର ସାମ୍ବାଦିକ ଶ୍ରୀ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରିବା ସହ ତାଙ୍କ କାମର ପ୍ରଶଂସା କରିଥିଲେ । ଅଗାମୀ ପିଢିକୁ ସୁସ୍ଥ ଓ ସୁରକ୍ଷିତ ଜଳବାୟୁ ପ୍ରଦାନ କରିବାକୁ ହେଲେ ଆମକୁ ବଣ ଜଙ୍ଗଲ ତଥା ଏଠାରେ ବସବାସ କରୁଥିବା ପ୍ରାଣୀ ଜଗତର ସୁରକ୍ଷା କରିବାକୁ ହେବ । ଯାହା ଫଳରେ ଆମ ପୃଥିବୀର ଇକୋ ସିଷ୍ଟମ ସୁଧୁରି ମଣିଷ ଜାତି ପାଇଁ ସହାୟକ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ସେହିପରି ପାଟଣାଗଡ ଉପଖଣ୍ଡ ତରଫରୁ ଅରିନ୍ଦମ ପରିଚ୍ଛା ଓ ଟିଟିଲାଗଡ ଉପଖଣ୍ଡ ପକ୍ଷରୁ ବିକି ଜି ନାଗଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

17 − five =