ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବର୍ଷର ଜଣାଶୁଣା କୋହିନୁର ସର୍କସ ପ୍ରଥମ ଥର ପାଇଁ ଇସ୍ପାତ ନଗରୀ ରାଉରକେଲାରେ ସେକ୍ଟର ୧୩ ଦୁର୍ଗାପୂଜା ମେଲଣ ପଡିଆଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ସର୍କସରେ ପ୍ରଥମ ଥର ପାଇଁ ଆଫ୍ରିକା ଓ ଇଥିଓପିଆ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ କଳା କୌଶଳ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଖେଳ ମାଧ୍ୟମରେ ହ୍ୟାଟ ଡଗଲିଙ୍ଗ, ସ୍କେଟିଂ, ରୋଲର ବାଲାନ୍ସ, ରିଙ୍ଗ ଡ୍ୟାନ୍ସ ଏବଂ ଦେଶୀ କଳାକାରଙ୍କ ଦ୍ୱାରା ଗ୍ଲୋବ ଭିତରେ ମୋଟର ସାଇକେଲ ଚାଳନା, ଫାୟାର ଡ୍ୟାନ୍ସ, ଫ୍ଲାଇଙ୍ଗ ଟ୍ରପିଜ, ଜୋକର ମାନଙ୍କର ମଜାଳିଆ ଖେଳ କୌତୁକ ପଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ । ଏହି ସର୍କସ ଆସନ୍ତା ସେପ୍ଟେମ୍ବର ମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତିଦିନ ୩ଟି ଶୋ ଦିନ ୧ଟା, ଅପରାହ୍ନ ୪ଟା ଓ ସଂଧ୍ୟା ୭ଟା ବେଳେ ପଦର୍ଶନ କରାଯିବ । ଏଥିପାଇଁ ଟିକେଟର ମୂଲ୍ୟ ୧୦୦, ୨୦୦, ୩୦୦ଟଙ୍କା ରଖାଯାଇଛି । ଅଗ୍ରୀମ ଟିକେଟ ସର୍କସର କାଉଣ୍ଟରଠାରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ଚନ୍ଦ୍ର ମହାନ୍ତି, ବିନୟ ସିଂହ, ଭୂଷଣ ସେଠୀ, ହରେକୃଷ୍ଣ ପାଢୀ, ପ୍ରିୟଙ୍କା ପାଣି, ପ୍ରତିମା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସହରବାସୀ ସର୍କସ ଦେଖିବାର ସୁଯୋଗ ନେବା ସହ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ମ୍ୟାନେଜର ବୈକୁଣ୍ଠ ନାଥ ପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।
Next Post