jsm

ଇନ୍ଦ୍ରାବତୀରୁ ଖରିଫ ଜଳସେଚନର ଶୁଭାରମ୍ଭ

csstore

ଜୟପାଟଣା, (ଶେଷଦେବ ବେହେରା) : ଶୁକ୍ରବାର ସକାଳୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଖରିଫ ଜଳ ସେଚନର ଶୁଭାରମ୍ଭ ହୋଇ ଯାଇଛି । କଳାହାଣ୍ଡି ଜିଲ୍ଳାର ଆଠଟି ବ୍ଲକର ୫୦୧ଟି ଗ୍ରାମର ୧,୧୮, ୦୯୦ ହେକ୍ଟର ଜମିରେ ଚଳିତ ଖରିଫ ପାଇଁ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସମ୍ପ୍ରତି ଇନ୍ଦ୍ରାବତୀ ବାମ ଦକ୍ଷିଣ ଓ ମେଗା ଲିଫ୍ଟ କେନାଲରୁ ପାଣି ଛଡ଼ା ଯାଇଥିବା ସୂଚନା ମିଳିଛି । ଜଳସେଚନର ଅୟମାରମ୍ଭ ସମୟରେ ଜଳ ଭଣ୍ଡାରର ଜଳସ୍ତର ୬୨୯.୫୬୦ ମିଟର ରହିଥିଲା । ଗତ ବର୍ଷ କିନ୍ତୁ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୩୩.୦୮୦ ମିଟର ଅର୍ଥାତ ୩୮.୯୭ ପ୍ରତିଶତରେ ରହିଥିଲା ବୋଲି ସୂଚନା ମିଳିଛି । ଖରିଫ ଜଳ ସେଚନର ଶୁଭାରମ୍ଭ ସମୟରେ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ କେ ନାରାୟଣ ରାଓ, ସହକାରୀ ଯନ୍ତ୍ରୀ ବାପୁନ୍ ବେହେରା, କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ଜାଲି, ବିଶ୍ୱଜିତ୍ ବିହାରୀ, ଶାନ୍ତନୁ ଲେଙ୍କାଙ୍କ ସହିତ ଅନେକ ଚାଷୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.