
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ପୂର୍ବାହ୍ନରେ ସୋନପୁର ଟାଉନହଲ ଠାରେ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ର ଜାତୀୟସ୍ତରରେ କେନ୍ଦ୍ରମନ୍ତ୍ରୀ, କୃଷି, କୃଷକ ମଙ୍ଗଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ, ଭାରତ ସରକାର ଶିବରାଜ ଚୌହାନଙ୍କ ଦ୍ଵାରା ଆଜି ଠାରୁ ଶୁଭାରମ୍ଭ କରାଯାଇଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡି ଟେଲିଭିଜନ ଜରିଆରେ ଆଭାସି ମାଧ୍ୟମରେ ଜନସାଧାରଣଙ୍କ ପାଇଁ ସିଧାପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସୋନପୁର ଟାଉନହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ଇଂ ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଅଶ୍ୱିନୀ କୁମାର ମେହେର, ସମାଜସେବୀ ବେଣୁଧର ଦାଶ, ସାଂସଦଙ୍କ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡାଙ୍କ ଦ୍ଵାରା ଜିଲ୍ଲା ସ୍ତରରେ ଶୁଭାରମ୍ଭ କରାଯାଇଥିଲା । ଏହି ଶୁଭାରମ୍ଭ ସଭାରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ, କର୍ମଚାରୀ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର, ମେଟ୍ ବା ଗାଁ ସାଥୀ ବୃନ୍ଦ, ଜିଲ୍ଲାର ଜନସାଧାରଣ, ମଜୁରିଆ, ବୁଦ୍ଧିଜୀବୀ, ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମେହେର ସମସ୍ତ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିଲେ । ମୁଖ୍ୟଅତିଥି ତଥା ବିଧାୟକ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତାଙ୍କ ଅଭିଭାଷଣରେ ବିକଶିତ ଭାରତ ଜି ରାମ ଜି ୨୦୨୫ର ବୈଶିଷ୍ଟ୍ୟ, ନିର୍ଦ୍ଦେଶାବଳି ଓ ନିୟମାବଳୀ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବିଷଦ ଭାବେ ଅବଗତ କରାଇବା ସହିତ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ୧୨୫ ଦିନର ନିଶ୍ଚିତ ରୋଜଗାର ସହିତ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଗ୍ରାମାଞ୍ଚଳ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଜନସାଧାରଣ ସଚେତନ କରି ଅବଗତ କରାଇଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ପ୍ରକଳ୍ପ ଗ୍ରାମସଭାର ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥଲେ । ବିଧାୟକ ଆହୁରି ପ୍ରକାଶ କଲେ ଯେ, ଆବଶ୍ୟକତା ଅନୁଯାୟୀ ସମସ୍ତ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ଯଥା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଲାଇନ୍ ଡିପାର୍ଟମେଣ୍ଟମାନଙ୍କୁ ସରକାରଙ୍କ ଦ୍ଵାରା ପାଣ୍ଠି ଉପଲବ୍ଧ କରାଯିବ । ମଧ୍ୟାହ୍ନ ଭୋଜନ ବିରତି ପରେ ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବିଷଦ ଭାବେ ଆଲୋଚନା କରାଗଲା ଓ ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସଭାସାଙ୍ଗ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବ୍ୟାପକ ଜନ ସଚେତନତା ପାଇଁ ଏହି ଜନସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
