ସିକିମ ରୟତମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନର ଶୁଭାରମ୍ଭ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ଜରିଆରେ ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ଓସ୍ୱାନ ହଲରେ ଆୟୋଜିତ ପଟ୍ଟା ପ୍ରଦାନ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାର ୧୧ ଜଣ ସିକିମ ସ୍ୱତ୍ୱଧାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ, ବିଧାୟକ ବୀରମହାରାଜପୁର ପଦ୍ମନାଭ ବେହେରା, ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବୀରମହାରାଜପୁର ତହସିଲର ୫ ଜଣ, ସୋନପୁର ତହସିଲର ୩ ଜଣ ଓ ଉଲୁଣ୍ଡା ତହସିଲର ୩ ଜଣଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସିଂଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ଓ ରାଜସ୍ୱ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

20 − 2 =